ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳି ଛଟପଟ ଓଡିଶାବାସୀ । ତେବେ ଅଂଶୁଘାତରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବାବେଳେ, ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ସରକାର । ଅଂଶୁଘାତରେ କେବଳ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ୪ଟି ମାମଲାକୁ ଖାରଜ କରାଯାଇଥିବା ବେଳେ ବାକି ମାମଲାର ଯାଞ୍ଚ ଚାଲିଥିବା ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି ।
ସେପଟେ, ହିଟ୍ ୱେଭ୍କୁ ନଜରରେ ରଖି ସବୁ ମେଡିକାଲ ଗୁଡିକରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆପଣାଯାଇଛି । ପ୍ରତି ମେଡିକାଲରେ ORS କର୍ନର ବ୍ୟବସ୍ଥା ହୋଇଛି । ଅଂଶୁଘାତ ମୁକାବିଲା ପାଇଁ ସବୁ ଜିଲ୍ଲା ମୁଖ୍ୟ ମେଡିକାଲ ଗୁଡିକରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ମେଡିକାଲ ଗୁଡିକରେ IV ଫ୍ଲୁଇଡ୍ ସହ ORS ମହଜୁଦ ରଖାଯାଇଥିବା କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।