ପୁରୀ:ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି।
ଅରବିନ୍ଦ ପାଢ଼ୀ କହିଛନ୍ତି, ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆମ ସମସ୍ତଙ୍କ ପାଇଁ ଏକ ଦିବ୍ୟ ଅନୁଭୂତି। ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସୁଚାରୁ ତଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆଗେଇ ଚାଲିଛି। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା କମିଟିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଥୀଅଧିକାରୀ ଏବଂ ବିଶେଷକରି ସେବକବନ୍ଧୁମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁଛି ।