Latest Odisha News

BREAKING NEWS

ଗାଡ଼ି ଚୋରି ଗ୍ୟାଙ୍ଗର ମୁଖ୍ୟ ସମେତ ୩ ଗିରଫ;ଗାଡ଼ିର ନମ୍ବର ବଦଳାଇ ରାଜ୍ୟ ବାହାରେ ବିକୁଥିଲେ…

ଭୁବନେଶ୍ୱର:ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ କରାଯାଇଛି । ୩ ଅଭିଯୁକ୍ତ ହେଲେ ଆକାଶ ପ୍ରଧାନ,ରତ୍ନାକର ସାହୁ ଓ ବୁଦ୍ଧିବାମନ ସାହୁ ।

ଦିନ ଦ୍ୱିପହରରେ ସହରର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିଲେ ଏହି ବାଇକ ଚୋର ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ସାଧାରଣ ଲୋକଙ୍କ ବାଇକ୍ ଚୋରି କରିବା ସହ ପୋଲିସ କର୍ମଚାରୀଙ୍କ ବାଇକ୍ କୁ ମଧ୍ୟ ଛାଡିନଥିଲେ । କିଛି ପୋଲିସ କର୍ମଚାରୀଙ୍କ ବାଇକ ମଧ୍ୟ ଚୋରି କରିଥିବା ଜଣାପଡିଛି । ଆକାଶ ଓ ରତ୍ନାକର ଚୋରି କରୁଥିବା ବେଳେ ଏମାନଙ୍କ ନାଁରେ ୩୦ରୁ ଉର୍ଦ୍ଧ୍ୱ ମାମଲା  ରହିଛି ।

Leave A Reply

Your email address will not be published.