Latest Odisha News

BREAKING NEWS

ପରୋକ୍ଷରେ ସୂଚନା ଦେଲେ ଟିମ ଡାଇରେକ୍ଟର, ଅଧିନାୟକ ପଦ ହରାଇବେ କି ପନ୍ତ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦଳ ପ୍ଲେ ଅଫ ଦୌଡରୁ ବାଦ ପଡିବା ସହ ଏବେ ପଂଏଟ ଟେବୁଲର ନିମ୍ନ ସ୍ଥାନରେ ରହିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଦଳ ପରାଜିତ ହେବା ପରେ ଟିମ ଡାଇରେକ୍ଟର ଟମ ମୁଡୀ ପରୋକ୍ଷରେ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଫ୍ରାଂଚାଇଜ ଏବେ ଭବିଷ୍ୟତକୁ ଆଖି ଆଗରେ ରଖି ପଦକ୍ଷେପ ଗ୍ରହଣ କରିବ । ଆଗାମୀ ସିଜନ ପୂର୍ବରୁ ବଡ ପରିବର୍ତନ ନିଶ୍ଚିତ ଭାବେ ହେବ । ତାଙ୍କ ବୟାନରୁ ଏହା ସ୍ପଷ୍ଟ ହେଉଛି ଯେ, ପନ୍ତ ତାଙ୍କ ଅଧିନାୟକ ପଦ ହରାଇବା ଏକପ୍ରକାର ନିଶ୍ଚିତ ।

ମୁଡୀ କହିଛନ୍ତି ସିଜନ ଶେଷ ହେବା ପରେ ଆମ ଶାନ୍ତ ମନରେ ସବୁ ଦିଗ ପ୍ରତି ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବୁ । ଯାହାକି ଦଳକୁ ଫାଇଦାରେ ରଖିବ । ପନ୍ତ ୧୩ଟି ଇନିଂସରେ ୨୮.୩୬ ଆଭରେଜରେ ୩୧୨ ରନ ସଂଗ୍ରହ କରିଛନ୍ତି । ଉଭୟ ବ୍ୟାଟିଂ ଏବଂ ନେତୃତ୍ୱ ନେବାରେ ସେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛନ୍ତି । ଯାହା ଦଳକୁ ବ୍ୟାକଫୁଟକୁ ଠେଲିଥିଲା । ପନ୍ତଙ୍କୁ ନିକଟରେ ଟେଷ୍ଟ ଟିମ ଉପ ଅଧିନାୟକ ପଦରୁ ମଧ୍ୟ ହଟେଇ ଦିଆଯାଇଛି । ଉଭୟ ଆନ୍ତର୍ଜାତୀୟ ଓ ଆଇପିଏଲରେ ସେ ଖରାପ ପ୍ରଦର୍ଶନ କରି ଚୟନ କମିଟିଙ୍କୁ ନିରାଶ କରିଛନ୍ତି ।

Leave A Reply

Your email address will not be published.