Latest Odisha News

BREAKING NEWS

ଏହି ୩ ଦେଶ ଯିବାକୁ ବାରଣ…

ନୂଆଦିଲ୍ଲୀ: ଆଫ୍ରିକାରେ ଆତଙ୍କ ସୃଷ୍ଟି କରିଛି ମାରାତ୍ମକ ଇବୋଲା ଭାଇରସ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ (DR Congo), ୟୁଗାଣ୍ଡା (Uganda) ଏବଂ ଦକ୍ଷିଣ ସୁଦାନ (South Sudan) କୁ ଅନାବଶ୍ୟକ ଯାତ୍ରା ନକରିବା ପାଇଁ ଚେତାବନୀ ଦେଇଛନ୍ତି |

ବିଶ୍ବ ସ୍ବାସ୍ଥ୍ୟ୍ଯ ସଂଗଠନ, WHO କଙ୍ଗୋ ଏବଂ ୟୁଗାଣ୍ଡାରେ ବ୍ୟାପୁଥିବା ଏହି ବିପଜ୍ଜନକ ‘ବୁଣ୍ଡିବୁଗ୍ୟୋ’ (Bundibugyo) ପ୍ରଜାତିର ଇବୋଲା ଭାଇରସକୁ ଏକ ‘ଆନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି’ (Global Health Emergency) ଭାବେ ଘୋଷଣା କରିଛି । କେବଳ ସେତିକି ନୁହେଁ, ଆଫ୍ରିକା CDC ମଧ୍ୟ ଏହାକୁ ସମଗ୍ର ମହାଦେଶ ପାଇଁ ଏକ ବଡ଼ ବିପଦ ବୋଲି ଦର୍ଶାଇଛି ।

କାହିଁକି ବଢୁଛି ଚିନ୍ତା ? ଏହି ‘ବୁଣ୍ଡିବୁଗ୍ୟୋ’ ପ୍ରକାରର ଇବୋଲା ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ସ୍ୱୀକୃତିପ୍ରାପ୍ତ ଭ୍ୟାକ୍ସିନ୍ ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ । ଏହି ଭାଇରସ ଶରୀରରେ ଗମ୍ଭୀର ସଂକ୍ରମଣ ସୃଷ୍ଟି କରେ ଏବଂ ଏଥିରେ ମୃତ୍ୟୁ ହାର ବହୁ ଅଧିକ । ସୀମାନ୍ତ ଅଞ୍ଚଳ ଦେଇ ଏହା ଅନ୍ୟ ଦେଶକୁ ବ୍ୟାପିବାର ଭୟ ରହିଛି ।

ତେବେ ଏ ସବୁ ଭିତରେ ଭାରତୀୟଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ମଧ୍ୟ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାରତରେ ଏପର୍ଯ୍ୟନ୍ତ ଇବୋଲା ଭାଇରସର କୌଣସି ଗୋଟିଏ ହେଲେ ମଧ୍ୟ ମାମଲା ସାମ୍ନାକୁ ଆସିନାହିଁ ।

ତଥାପି, ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସରକାର ବିଦେଶ ଯାତ୍ରା କରୁଥିବା ଲୋକଙ୍କୁ ସାବଧାନ ରହିବାକୁ କହିଛନ୍ତି । ଏହାସହ ଯେଉଁ ଭାରତୀୟମାନେ ବର୍ତ୍ତମାନ ସେହି ପ୍ରଭାବିତ ଦେଶଗୁଡ଼ିକରେ ଅଛନ୍ତି, ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ନିୟମ ଓ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.