ବରଗଡ଼:ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି । ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ସୁନା ଗହଣା ଚୋରି ହୋଇଥିଲା । ପୋଲିସ ୨୪ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀକୁ ଉଦ୍ଧାର କରିଛି ।
ଅଭିଯୁକ୍ତମାନେ ହେଲେ ଭଟଲି ଥାନା କୁଶନପୁରୀ ଗ୍ରାମର ଗୋବିନ୍ଦ ଡନସନା(୨୭), ସାହିଲ୍ ରାଜ ମହମ୍ମଦ(୨୬), କୁଶନପୁରୀ ତଳିପଡ଼ାର ଗୁରୁଦେବ ପଟେଲ(୨୩) ଏବଂ କୁଶନପୁରୀ ସହରାପଡ଼ାର ବନମାଳୀ ବିଶ୍ୱାଳ(୧୯)। ଏ ନେଇ ଭଟଲି ଥାନାରେ ଏକ ମାମଲା(ନଂ-୧୩୯/୨୬) ରୁଜୁ ହୋଇଛି।
ସେମାନଙ୍କ ନିକଟରୁ ଗୋଟିଏ ସୁନାହାର, ଗୋଟିଏ ସୁନା କାନଫୁଲ ଏବଂ ୨ଟି ଶାଢ଼ି ଜବତ ହୋଇଛି ।
ସୂଚନାମୁତାବକ,ଶୁକ୍ରବାର ରାତିରେ ଦନାର୍ଦ୍ଦନ ମେହେରଙ୍କ ପରିବାର ଲୋକେ ଶୋଇଥିବାବେଳେ ଚୋରମାନେ ପଶିଥିଲେ । ଘରେ ରହିଥିବା ଆଲମିରା ଭାଙ୍ଗି ସେଥିରେ ରହିଥିବା ସୁନା ଗହଣା, ଶାଢ଼ୀ, ନଗଦ ଟଙ୍କା ଚୋରି କରିଥିଲେ। ଏ ନେଇ ଦନାର୍ଦ୍ଦନ ଶନିବାର ଭଟଲି ଥାନାରେ ଏତଲା ଦେଇଥିଲେ।
ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ।
Comments are closed.