Latest Odisha News

BREAKING NEWS

ପୂଜା-ଆମିରଙ୍କ ଅକୁହା କାହାଣୀ: ଫଟୋ ପଛର ରହସ୍ୟ କଣ ?

ମୁମ୍ବାଇ: ଶୁଭ୍ର ବସ୍ତ୍ରରେ ଦୁଇ କଳାକାର ଏବଂ ଚେହେରାରେ ସେହି ଅପୂର୍ବ ସରଳତା । ପ୍ରସିଦ୍ଧ ଫଟୋଗ୍ରାଫର ଗୌତମ ରାଜାଧ୍ୟକ୍ଷଙ୍କ କ୍ୟାମେରାରେ କଏଦ ହୋଇଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ନିଜ ପିଲାଦିନର ସ୍ମୃତିକୁ ମନେ ପକାଇ ଅଭିନେତ୍ରୀ ପୂଜା ଭଟ୍ଟ ଆମିର ଖାନଙ୍କ ସହ ଏହି ଖାସ୍ ଫଟୋ ସେୟାର କରିଛନ୍ତି ।

ଫଟୋ ସେୟାର କରି ପୂଜା ଭଟ୍ଟ ଏକ ରହସ୍ୟମୟ କଥା ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଏହି ଫଟୋସୁଟ୍ ଗୌତମ ରାଜାଧ୍ୟକ୍ଷଙ୍କ ହ୍ୟୁଜ୍ ରୋଡ୍ ସ୍ଥିତ ଘରର ବାଲକୋନିରେ କରାଯାଇଥିଲା। ହଠାତ୍ ନିଆଯାଇଥିବା ଏହି ଫଟୋ ପଛରେ ଏକ ବଡ଼ କାହାଣୀ ଲୁଚି ରହିଛି, ଯାହାକୁ ସେ ଦିନେ ନିଶ୍ଚୟ ସମସ୍ତଙ୍କ ସହ ସେୟାର କରିବେ। କିନ୍ତୁ ଏବେ ସେହି ସମୟ ଆସିନାହିଁ, ସେଥିପାଇଁ ଦର୍ଶକଙ୍କୁ ଟିକେ ଅପେକ୍ଷା କରିବାକୁ ପଡ଼ିବ। ଏପରିକି ସେ ପ୍ରଥମେ ଆମିର ଖାନଙ୍କୁ ଅନେକ ବର୍ଷ ତଳର ଏକ ପ୍ରତିଶ୍ରୁତି ମନେ ପକାଇବାକୁ ଚାହୁଁଛନ୍ତି।

୧୯୯୧ ମସିହାରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ଏବଂ ଗୁଲସନ କୁମାରଙ୍କ ପ୍ରଯୋଜନାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ୍ ହୈ କି ମାନତା ନହିଁ’ ବକ୍ସ ଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଥିଲା। ଏହି ଫିଲ୍ମରେ ଆମିର ଏବଂ ପୂଜାଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।

କେବଳ ଏତିକି ନୁହେଁ, ୧୯୯୩ ମସିହାରେ ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ମିଷ୍ଟ୍ରି-ଥ୍ରୀଲର ଫିଲ୍ମ ‘ପହଲା ନଶା’ରେ ମଧ୍ୟ ଏହି ଦୁଇ କଳାକାର ଏକାଠି ନଜର ଆସିଥିଲେ। ଏହି ଫିଲ୍ମର ବିଶେଷତ୍ୱ ଥିଲା ଯେ, ଏଥିରେ ପ୍ରଥମ ଥର ପାଇଁ ଆମିର ଖାନ ଏବଂ ଶାହରୁଖ ଖାନ ଏକାଠି ସ୍କ୍ରିନ ସେୟାର କରିଥିଲେ।

ପୂଜା ଭଟ୍ଟଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି ଏବଂ ସେହି ସୁନ୍ଦର କାହାଣୀଟି କ’ଣ, ତାହା ଜାଣିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି। ତେବେ ଅପେକ୍ଷା ପୂଜା କେବେ ଏହି ସସପେନ୍ସ ଉପରୁ ପରଦା ହଟାଉଛନ୍ତି।

Leave A Reply

Your email address will not be published.