ଭୁବନେଶ୍ୱର: ବାଲିଅନ୍ତା ସୌମ୍ୟ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। ପଟିଆର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ କଟକ ଗଙ୍ଗେଶ୍ୱରଗଡ଼ାର ଅଶୋକ ଜେନା। ପୂର୍ବରୁ ୧୧ ଜଣଙ୍କୁ ପୋଲିସ ଓ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଗିରଫଦାରୀ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ସୌମ୍ୟଙ୍କୁ ହତ୍ୟା କରିବା ପାଇଁ ଭିଡ଼ ଭିତରେ ଲୋକଙ୍କୁ ଉସକାଇଥିଲା ଅଭିଯୁକ୍ତ ଜଣକ। ସୌମ୍ୟଙ୍କୁ ମାଡ଼ ମାରିବା ସମୟରେ ତାଗିଦ୍ ସତ୍ତ୍ବେ ଶୁଣିନଥିଲା ଅଶୋକ ଜେନା। କାହା କଥାକୁ ଖାତିର ନକରି ଗାଳି ଗୁଲଜ କରିବା ସହ ସୌମ୍ୟଙ୍କୁ ମାଡ଼ ମାରି ଚାଲିଥିଲା।
ବର୍ତ୍ତମାନ ସୁଦ୍ଧା ଘଟଣାରେ ୧୭ ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚ ଟିମ୍ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଖୋଜା ଚାଲିଛି । ଯେଉଁମାନେ ଫେରାର ଅଭିଯୁକ୍ତଙ୍କୁ ଆଶ୍ରୟ ଦେଉଛନ୍ତି, ତାଙ୍କ ବିରୋଧରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ନେବୁ ।
ଫେରାର ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଗଲା ଭଳି ସୂଚନା ନାହିଁ। ହେଲେ ସେମାନଙ୍କୁ ବହୁତ ଲୋକ ସାହାଯ୍ୟ କରୁଛନ୍ତି। ଭାଇରାଲ ଭିଡିଓରେ ଆମେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛୁ। ଆହୁରି ୮ରୁ ୧୦ ଜଣ ଫେରାର ଅଛନ୍ତି। ଯେଉଁମାନେ ସୌମ୍ୟଙ୍କୁ ପିଟାପିଟି କରିଛନ୍ତି, ସେମାନଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ। ତଦନ୍ତ ବେଳେ ସୌମ୍ୟଙ୍କ ସାଙ୍ଗ ଓମଙ୍କ କୌଣସି ସମ୍ପୃକ୍ତି ନାହିଁ। ପୀଡିତାଦ୍ୱୟଙ୍କ ବୟାନ ରେକର୍ଡ ହୋଇଛି ।”