Latest Odisha News

BREAKING NEWS

ଭଡ଼ା ଘରେ ମନୀଷାଙ୍କ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ହାଇପ୍ରୋଫାଇଲ୍‌ ଜୀବନଶୈଳୀରେ ବିତାଉଥିବା ବି କେ ମନୀଷା ଓରଫ୍ ଗୋଲ୍ଡିଙ୍କ ଆତ୍ମହତ୍ୟା ମାମଲାରେ ପାହାଳ ଥାନା ପୋଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ସେ ହେଲେ, ସୂର୍ଯ୍ୟନାରାୟଣ ଜେନା(୨୮)। ଘର କଟକ ଜଗତପୁର ଥାନା ଅଧୀନ ନୂଆସାହିରେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଘଟଣାର ପୂର୍ବଦିନ କୌଣସି କାରଣକୁ ନେଇ ଗୋଲ୍ଡିଙ୍କ ସହ ସୂର୍ଯ୍ୟଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଯାହାକୁ ସହିନପାରି ଗୋଲ୍ଡି ଆତ୍ମହତ୍ୟା କରିଥିଲେ। ପୋଲିସ ବିଏନ୍ଏସ୍ ଦଫା ୧୦୮(ଆତ୍ମହତ୍ୟା ପାଇଁ ଉସୁକାଇବା) ରେ ସୂର୍ଯ୍ୟଙ୍କୁ କୋର୍ଟଚାଲାଣ କରିଛି।

୨୦୧୪ରୁ ଗୋଲ୍ଡି ଭୁବନେଶ୍ୱରରେ ରହୁଥିଲେ। ୨୦୨୪ ନଭେମ୍ବର ୨୬ରେ କଟକର ବିଏନ୍ ସନ୍ ରେଷ୍ଟୁରାଣ୍ଟରେ ଉଭୟଙ୍କର ପ୍ରଥମ ଭେଟ ହୋଇଥିଲା। ସେମାନଙ୍କ ଭିତରେ ବନ୍ଧୁତା ଘନିଷ୍ଠ ହେବାରୁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉଭୟଙ୍କ ପରିବାର ବିବାହରେ ରାଜି ହୋଇନଥିଲେ। ୨୦୨୫ ଜାନୁଆରୀ ୨୮ରେ କଟକ ମଙ୍ଗୁଳିର ବିରୁପାକ୍ଷ ମନ୍ଦିରରେ ଉଭୟେ ବିବାହ କରିଥିଲେ। ଉଭୟେ ଲେନ୍ ନମ୍ବର-୩ର ବିଷ୍ଣୁ ବିହାରରେ ଏକାଠି ରହୁଥିଲେ। ଗୋଲ୍ଡି ଏକ ନାମୀ ହୋଟେଲରେ ଏଚ୍ଆର ମ୍ୟାନେଜର ଥିଲେ।

ପ୍ରାୟ ଆଠ ମାସ ପୂର୍ବରୁ ଚାକିରି ହରାଇଲେ। ଆର୍ଥିକ ସ୍ଥିତିକୁ ନେଇ ସେ ମାନସିକ ଅବସାଦରେ ରହୁଥିଲେ। ସେ ସୂର୍ଯ୍ୟଙ୍କୁ ନଜଣାଇ ଅନେକ ରାତିରେ ବାହାରକୁ ଯାଉଥିଲେ। ୨୪ ତାରିଖ ରାତିରେ ସେ ବିଳମ୍ବିତ ରାତିରେ ଘରକୁ ଫେରିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଶେଷରେ ଗୋଲ୍ଡି ଏକ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲିପଡିଲେ।

Leave A Reply

Your email address will not be published.