Latest Odisha News

BREAKING NEWS

ଗଙ୍ଗାରେ ଡଙ୍ଗା ବୁଡ଼ି ଘଟଣା; ୩ ମୃତ ଓ ଅନେକ ଆହତ

ପାଟନା: ବିହାରର ରାଜଧାନୀ ପାଟନାର ବାରହ ସ୍ଥିତ ଉମାନାଥ ଗଙ୍ଗା ଘାଟରେ ଦେଖୁ ଦେଖୁ ଏକ ଡଙ୍ଗା ଓଲଟି ପଡ଼ିଥିଲା। ଗୁରୁବାର ଦିନ ଏହି ଘଟଣା ଘଟିଥିଲା ବେଳେ ଡଙ୍ଗାରେ ୧୪ ଜଣ ଯାତ୍ରୀ ଥିଲେ। ନଦୀରେ ଡଙ୍ଗା ଓଲଟି ପଡ଼ିବାରୁ ଘାଟରେ ଆତଙ୍କ ଖେଳିଯାଇଥିଲା।

ଡଙ୍ଗା ଓଲଟିବାର କାରଣ ପ୍ରବଳ ପବନ ବୋଲି କୁହାଯାଉଛି। ପାଟନା ଏବଂ ସମସ୍ତିପୁର ସୀମା ନିକଟରେ ଗଙ୍ଗା ନଦୀରେ ଏହି ଦୁର୍ଘଟଣା ଘଟିଛି। ପାଟନା ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୩ ମୃତଦେହ ଉଦ୍ଧାର କରାଯାଇଛି।ଯେତେବେଳେ କି ଅନ୍ୟ ସାତ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଡଙ୍ଗାରେ ଅଧିକ ଭିଡ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିଲା।

ପାଟନା ଜିଲ୍ଲା ପ୍ରଶାସନ କହିଛି ଯେ ଆଜି ସକାଳ ପ୍ରାୟ ୫:୪୫ ସମୟରେ ବାରହ ଉପଖଣ୍ଡର ଉମାନାଥ ଘାଟ ନିକଟ ବିନ୍ଦ ଟୋଲିରୁ ୧୪ ଜଣ ଲୋକ ଡଙ୍ଗାରେ ଚଢ଼ି ସମସ୍ତିପୁର ଜିଲ୍ଲାର ସୁଲତାନପୁର ଦିଆରା, ମୋହିଉଦ୍ଦିନନଗର ଅଭିମୁଖେ ଯାତ୍ରା କରିଥିଲେ। ଲୋକମାନେ ପ୍ରାୟତଃ ସେଠାକୁ ଗଦା ଅମଳ ଏବଂ ଅନ୍ୟାନ୍ୟ କୃଷି କାର୍ଯ୍ୟ ପାଇଁ ଯାଆନ୍ତି। ତେବେ ଫେରିବା ସମୟରେ ପ୍ରବଳ ପବନ ଯୋଗୁଁ ସମସ୍ତିପୁରର ସୁଲତାନପୁର ଦିଆରା ନିକଟରେ ଡଙ୍ଗାଟି ଓଲଟି ପଡ଼ିଲା।

ଅପରପକ୍ଷରେ ସମସ୍ତିପୁର ଜିଲ୍ଲା ପ୍ରଶାସନ ଏବଂ ପାଟନା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି।

 

Leave A Reply

Your email address will not be published.