Latest Odisha News

BREAKING NEWS

ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ବିରୋଧ: ଫିଙ୍ଗିଲେ ଅଣ୍ଡା ଓ ଢେଲା, ଶୁଭିଲା ଚୋର ଚୋର ନାରା

କୋଲକାତା: ନିର୍ବାଚନ ହାରିବା ପରେ ଯଦି କିଏ ସବୁଠୁ ଅଧିକ ଟ୍ରୋଲ ହେଉଛନ୍ତି ସେ ହେଉଛନ୍ତି ଟିଏମସି ସାଂସଦ ଅଭିଶେଖ ବାନାର୍ଜୀ । ଘର ବାହାରେ ଚୋର ଚୋର ନାରା ଦେଉଛନ୍ତି ଏହାରି ଭିତରେ କିନ୍ତୁ ଲୋକଙ୍କ ସାମ୍ନାରେ ପଡି ଅଡୁଆରେ ପଡିଛନ୍ତି ଏହି ନେତା ।

 

ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସାଧାରଣ ଲୋକଙ୍କ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଛି। ସୋନାରପୁର ଗସ୍ତ ସମୟରେ ତାଙ୍କୁ ଲକ୍ଷ୍ୟ କରି ଲୋକେ ଅଣ୍ଡା ଓ ଢେଲା ମାଡ଼ କରିଛନ୍ତି।

 

ସୂଚନା ଅନୁଯାୟୀ ଅଭିଷେକ ବାନାର୍ଜୀ ସୋନାରପୁର ଅଞ୍ଚଳରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଲୋକେ ସେଠାରେ ଏକାଠି ହୋଇଥିଲେ। ରାଜ୍ୟରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗକୁ ନେଇ ଉତ୍ତ୍ୟକ୍ତ ଲୋକେ ଚୋର ଚୋର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ଏପରି ହେଲା ଯେ କିଛି ଲୋକ ନେତାଙ୍କ କନଭୟ ଉପରକୁ ଅଣ୍ଡା ଏବଂ ଢେଲା ଆଦି ଫିଙ୍ଗିବା ଆରମ୍ଭ କରିଦେଇଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।

 

ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ସହ ଅଭିଷେକଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରି ନେଇଥିଲେ। ବିଭିନ୍ନ ଦୁର୍ନୀତି ମାମଲାକୁ ନେଇ ଟିଏମସି ଦଳ ବିରୋଧରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ କିପରି ବଢୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି।

 

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡି ନଯାଏ ସେଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।

Leave A Reply

Your email address will not be published.