Latest Odisha News

BREAKING NEWS

ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସର ଚଢାଉ । ବିଳମ୍ବିତ ରାତିରେ ହେମଗିର ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ଚଢାଉ କରି ୨୬ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ ।

ସେମାନଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଜବତ କରାଯାଇଛି । ୩ଟି ଦାମୀ କାର୍ ଓ ୯ଟି ବାଇକ ଜବତ କରିଛି । ଏହା ସହ ୩୧ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ପୋଲିସ ।

ଏନେଇ ସୁନ୍ଦରଗଡ଼ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର । ସେ କହିଛନ୍ତି ଯେ, ଜାମଝରିଆ ଜଙ୍ଗଲରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ପୋଲିସ ଓ ସଶସ୍ତ୍ର ପୋଲିସ ବଳ ରାତିରେ ଚଢ଼ଉ କରିଥିଲେ । ୨୬ ଜଣଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ସମସ୍ତ ଗିରଫ ଜୁଆଡିଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.