ପଶ୍ଚିମବଙ୍ଗ: ସିଏଏ ଓ ଏନ୍ଆର୍ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ ଏନ୍ଆର୍ସି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ।ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆର୍ସିକୁ ନେଇ ଚାରିଆଡେ ଅଶାନ୍ତି ଲାଗି ରହିଛି । ପ୍ରତିଦିନ ଏହାକୁ ବିରୋଧ କରି ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି । ଆସାମରେ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଏନ୍ଆର୍ସି ଡରରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତ ।
ଏନ୍ଆର୍ପି ତଥା ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟରକୁ ନେଇ ମଧ୍ୟ ସେ କହିଛନ୍ତି । ମମତା କହିଛନ୍ତି ଯେ, ଯଦି କେହି ଆପଣଙ୍କୁ ଆଧାର କାର୍ଡ କିମ୍ବା ପରିବାରର କାଗଜପତ୍ର ମାଗନ୍ତି ତେବେ ମୁଁ ନକହିବା ପର୍ଯ୍ୟନ୍ତ ଦିଅନ୍ତୁ ନାହିଁ । ସୂଚନାଯୋଗ୍ୟ ଯେ, ଲୋକସଭାରେ ମଙ୍ଗଳବାର କେନ୍ଦ୍ର ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି, ଏବେ ଦେଶରେ ଏନ୍ଆର୍ସି ଲାଗୁ କରିବାର କୌଣସି ଯୋଜନା ନାହିଁ । ଏହାପରେ ବି ମମତା ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି ।
BREAKING NEWS
- କମ୍ପିବ ବିଧାନସଭା…ଉଠିବ ଏସବୁ ପ୍ରସଙ୍ଗ
- ଆଣ୍ଡାମାନ ସାଗରରେ ମାଛଧରା ଡଙ୍ଗାରୁ ୫ ଟନ୍ ଡ୍ରଗ୍ସ ଜବତ
- ମେସିନ୍ ଲେଖିବ ପାଠ, ତାହା ପୁଣି ଅବିକଳ ହାତଲେଖା
- ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡି଼, ୪ ଆହତ
- ଜନ୍ମରୁ ଦୃଷ୍ଟିହୀନ ବ୍ୟକ୍ତି କେଉଁ ରଙ୍ଗ ବାରି ପରେ, ଜାଣନ୍ତୁ ଏହା ପଛର ସତ୍ୟତା…
- ଚେନ୍ ଚୋରି ବେଳେ ମହିଳାଙ୍କ ମୃତ୍ୟୁ ଘଟଣା: ଶେଷରେ ଗିରଫ ହେଲା ଅଭିଯୁକ୍ତ
- ସମ୍ବଲପୁର ହାତୀ ମୃତ୍ୟୁ ଘଟଣା; କର୍ତ୍ତବ୍ୟରେ ଅବହେଳା କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
- ସିନ୍ଦେ, ଫଡନାଭିସ ନା ଆଉ କିଏ?
- ଐତିହାସିକ ବିଜୟ: ପର୍ଥରେ ଅଷ୍ଟ୍ରେଲିଆଠୁ ପ୍ରତିଶୋଧ ନେଲା ଭାରତ
- ମଙ୍ଗଳ ଗ୍ରହରେ ଜଳ ବିନା ଜୀବନ ସମ୍ଭବ କି? କ’ଣ କହୁଛି ବିଜ୍ଞାନ…
Comments are closed.