ଜମ୍ମୁ-କାଶ୍ମୀର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ର ବିରତି ଉଲଂଘନ । ଜମ୍ମୁ-କଶ୍ମୀର କୁପୱାଡାରେ ଥିବା ତଙ୍ଗଧାର ସେକ୍ଟରରେ ସୋମବାର ରାତିରେ ପାକିସ୍ଥାନ ଗୁଳିମାଡ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ ପାକିସ୍ତାନ ଉପରେ ମଧ୍ୟ ପାଲାଟା ଆକ୍ରମଣ କରି ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଓ ନିକଟସ୍ଥ ଗାଁ ଉପରକୁ ଗୁଳି ମାଡ କରିଥିଲା । ଫଳରେ କିଛି ସାଧାରଣ ନାଗରିକଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।
ପୂର୍ବରୁ ଫେବୃଆରୀ ୨ରେ ମଧ୍ୟ ତଙ୍ଗଧାର, ଗୁରେଜ, ବାଲାକୋଟ ଓ ମନ୍ଧାର ଆଦି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା । ଏଥିରେ ଜଣେ ସେନା ଯବାନ ସହିଦ ହୋଇଥିଲେ ।
BREAKING NEWS
- Iran’s assassination plot: ଟ୍ରମ୍ପଙ୍କୁ ମାରିବାକୁ ଇରାନର ଯୋଜନା, ରାଷ୍ଟ୍ରପତି କହିଲେ, ‘କେବେ ନ ଦେଖିଥିବା ଭଳି ହେବ ବୋମାମାଡ଼’
- ଅଦିନିଆ ରଥଯାତ୍ରା ବିବାଦ: ଜିଦ୍ ଛାଡୁନି ଇସ୍କନ, କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ି ଦିଲ୍ଲୀ ଯିବ ଶ୍ରୀମନ୍ଦିର ପରିଚାଳନା କମିଟି
- ଟାୟାରରେ ପବନ କମ୍ ରହିଲେ ଦେଶର ୪୫୦୦ କୋଟି ଟଙ୍କାର ତେଲ ବର୍ବାଦ ହେଉଛି!
- ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ: ନରୋତ୍ତମ ମିଶ୍ରଙ୍କୁ ମିଳିଲାନି ଟିକେଟ୍, ଜିଲ୍ଲା ସଭାପତିଙ୍କ ସମେତ ପୂରା କମିଟିର ସାମୂହିକ ଇସ୍ତଫା
- ଯୁକ୍ତ ୨ ନାମଲେଖା ପାଇଁ ଲାଗିବନି ଟଙ୍କାଟିଏ ବି ଫି’, କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କଲେ ସରକାର
- ଚାକିରି ଛାଡ଼ିଲେ ଓଡ଼ିଶା କ୍ୟାଡର୍ର ଆଉ ଜଣେ ଆଇପିଏସ୍
- ଇରାନ ଉପରେ ଆମେରିକାର ବଡ଼ ଆକ୍ରମଣ: ୪୮ ଘଣ୍ଟାରେ ଧ୍ୱଂସ ହେଲା ୧୭୦ଟି ଟାର୍ଗେଟ୍! ସାମ୍ନାକୁ ଆସିଲା ଇସ୍ରାଏଲର ବଡ଼ ଭୂମିକା
- ବିଶ୍ୱ ଜନସଂଖ୍ୟା ଦିବସ: ସହରାଭିମୁଖୀ ଆମ ଜନସଂଖ୍ୟା, ଏକ ଦୃଷ୍ଟିପାତ
- Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ
- ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟିଦେଲେ;୪ ଗିରଫ, ଅଧିକାଂଶ ଅଭିଯୁକ୍ତ ଫେରାର…
Comments are closed.