ଜମ୍ମୁ-କାଶ୍ମୀର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ର ବିରତି ଉଲଂଘନ । ଜମ୍ମୁ-କଶ୍ମୀର କୁପୱାଡାରେ ଥିବା ତଙ୍ଗଧାର ସେକ୍ଟରରେ ସୋମବାର ରାତିରେ ପାକିସ୍ଥାନ ଗୁଳିମାଡ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ ପାକିସ୍ତାନ ଉପରେ ମଧ୍ୟ ପାଲାଟା ଆକ୍ରମଣ କରି ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ଓ ନିକଟସ୍ଥ ଗାଁ ଉପରକୁ ଗୁଳି ମାଡ କରିଥିଲା । ଫଳରେ କିଛି ସାଧାରଣ ନାଗରିକଙ୍କ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି ।
ପୂର୍ବରୁ ଫେବୃଆରୀ ୨ରେ ମଧ୍ୟ ତଙ୍ଗଧାର, ଗୁରେଜ, ବାଲାକୋଟ ଓ ମନ୍ଧାର ଆଦି ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଥିଲା । ଏଥିରେ ଜଣେ ସେନା ଯବାନ ସହିଦ ହୋଇଥିଲେ ।
BREAKING NEWS
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥପତ୍ର
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି
- ବାୟୁସେନା ବାହନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ୫ ଯବାନ ଆହତ
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର