ଗଜପତି: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଝାଡଖଣ୍ଡର ରାଜ ଡେଭିସ (୨୮ )ଙ୍କୁ ପୋଲିସ ଗିରଫ କରିଛି ।
ସକାଳେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଆକିଲି ଗାଁ ନିକଟରେ ଏକ ମାରୁତି ସୁଜୁକି ସୱିଫ୍ଟ କାର (ଜେଏଚ୍ ୦୫ଡିସି୧୯୪୬)କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍ ରୁ ଜରି ଅଖାରେ ଥିବା ଗଞ୍ଜେଇ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଗଞ୍ଜେଇର ଓଜନ ୪୪ କେଜି ହୋଇଥିଲା ।
ସୂଚନାଥାଉକି, ଏନେଇ ମୋହନା ଥାନାରେ ନଂ. ୧୧୧/ ୨୬ରେ ମାମଲା ରୁଜୁ ହୋଇଛି।