Latest Odisha News

BREAKING NEWS

ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ

ଭୁବନେଶ୍ବର: ଟ୍ରାଫିକ ରୁ ମିଳିବ ମୁକ୍ତି । ମାତ୍ର ୧୫ ମିନିଟ୍ ରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ ରାଜଧାନୀ ବାସିନ୍ଦା । ଏକାମ୍ରକାନନରୁ ଓଇଆରସି ଯାଏ ରାସ୍ତା ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ଏକାମ୍ରକାନନ ପାର୍କ ସାମ୍ନାରୁ ହାତୀଆଶୁଣୀ ଯାଏଁ ଦୁଇ ପାଶ୍ୱର୍ ମୁଖ୍ୟ ରାସ୍ତାରେ ପିଚୁ କାମ ସହ ସର୍ଭିସ ରାସ୍ତା, ଡ୍ରେନ୍ ଓ ଡିଭାଇଡର କାମ ସରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୨ ତାରିଖରେ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଉଦ୍‌ଘାଟନ ହେବା ପରେ ଗାଡି ଚାଳକ ସିଆରପି ଛକରୁ ବାହାରି ଏକାମ୍ର କାନନ, ହାତିଆଶୁଣୀ ହୋଇ ଜାଭିୟର ଛକ,ନାଲକୋ ଛକ,ଶୈଳଶ୍ରୀ ବିହାର,ନୀଳାଦ୍ରି ବିହାର ଓ ଇନଫୋସିଟି ସାଇ ମନ୍ଦିର ରାସ୍ତା ପାଶ୍ୱରେ ବାହାରିପାରିବେ । ସେପଟୁ ସମାନ ଦିଗରେ ଏକାମ୍ର କାନନ ଛକ ହୋଇ ଲୋକେ ସିଆରପି, ଜୟଦେବ ବିହାର, ନୂଆପଲ୍ଲୀକୁ ଲୋକେ ଯାଇପାରିବେ ।

Leave A Reply

Your email address will not be published.