Latest Odisha News

BREAKING NEWS

ଫିଫା ବିଶ୍ୱକପ ଫୁଟବଲ: ମେସୀ, ଆର୍ଜେଂଟିନା ଟିମର ପାସପୋର୍ଟ ଡିଟେଲ ଲିକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲ ଆରମ୍ଭ ହେବା ପୂର୍ବରୁ ଆର୍ଜେଂଟିନା ଟିମ ସୁରକ୍ଷା ଉଲ୍ଲଂଘନର ଶୀକାର ହୋଇଛି । ଟିମର ଅଧିନାୟକ ଲିଓନେଲ ମେସୀଙ୍କ ସମେତ ଅନ୍ୟମାନଙ୍କ ପାସପୋର୍ଟ ସମ୍ପର୍କୀତ ସମସ୍ତ ଡାଟା ଲିକ ହୋଇଛି । ଯାହା ଏକ ଚିନ୍ତାର କାରଣ ବୋଲି ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ୱାର୍ମଅପ ମ୍ୟାଚ ପୂର୍ବରୁ ଏହି ଘଟଣା ସମ୍ମୁଖକୁ ଆସିଛି । ଆମେରିକାର ଜୋର୍ଡାନ ହେୟାର ଷ୍ଟାଡିୟମରେ ଏହି ମ୍ୟାଚ ଆୟୋଜିତ ହେବା ପୂର୍ବରୁ ଖେଳାଳିଙ୍କ ଡାଟା ବିତରଣ ହୋଇଥିଲା ।

ଷ୍ଟାଡିୟମରେ ୮୮ ହଜାର ଦର୍ଶକ ଉପସ୍ଥିତ ଥିଲେ । ମ୍ୟାଚ ପୂର୍ବରୁ ଅଫିସିଆଲ ଟିମ ଶିଟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ପାସପୋର୍ଟ ନମ୍ବର ଥିଲା । ନିୟମ ଅନୁସାରେ ସାର୍ବଜନୀନ କରାଯିବା ପୂର୍ବରୁ ଡାଟାକୁ ବ୍ଲର କିମ୍ବା ରିଡେକଟ କରିବା କଥା । ଯାହା ହୋଇ ନ ଥିବାରୁ ଏହା ଲିକ ହୋଇଥିଲା । ଏହି ଘଟଣା ସତ୍ୱେ ମେସୀଙ୍କ ନେତୃତ୍ୱରେ ଆର୍ଜେଂଟିନା ୩-୦ରେ ଆଇସଲାଣ୍ଡକୁ ହରାଇଥିଲା । ଏଥର ବିଶ୍ୱକପ ଆମେରିକା, ମେକ୍ସିକୋ ଓ କାନାଡାରେ ମିିଳିତଭାବେ ଆୟୋଜିତ ହେଉଛି । ୩୨ ବଦଳରେ ୨୦୨୬ ସଂସ୍କରଣରେ ଓଭରାଲ ୪୮ ଟିମ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.