Latest Odisha News

ରଜରେ ଭିଜିବ ଓଡ଼ିଶା!

ଭୁବନେଶ୍ବର: ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହେବାକୁ ଯାଉଛି। ଯାହା ଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ଖସିପାରେ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ।

ତେବେ ଆଗାମୀ ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ । ପାଗ ଅନୁକୂକ ରହିଥିବାରୁ ଆଗାମୀ ୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । ମୌସୁମୀ ଆଗମନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲା ପ୍ରଭାବିତ ହେବେ।

ସେହିପରି ଆନ୍ତର୍ଜାତିକ ପାଣିପାଗ ମଡେଲଗୁଡ଼ିକର ଆକଳନ ଅନୁଯାୟୀ, ଓଡ଼ିଶାରେ ମୌସୁମୀ ଏକାସଙ୍ଗେ ସମଗ୍ର ରାଜ୍ୟକୁ ନ ଛୁଇଁ ପର୍ଯ୍ୟାୟକ୍ରମେ ଧୀରେ ଧୀରେ ଆଗକୁ ବଢ଼ିପାରେ। ଅପରପକ୍ଷରେ । ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ।

Leave A Reply

Your email address will not be published.