ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏହି ଯୋଜନାରେ ହିତାଧିକାରୀଙ୍କୁ ଆହୁରି ମାଗଣା ଚାଉଳ ମିଳିବ ।
ପୂର୍ବରୁ ଏହି ଯୋଜନା ଅଧିନରେ ୫ କେଜି ମାଗଣା ଚାଉଳ ମିଳୁଥିବା ବେଳେ ଏବେ ଏଥିରେ ବୃଦ୍ଧି କରାଯାଇ ୧୦ କେଜି ମିଳିବ ।
ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି, ଆଜି ଆମ ସରକାରଙ୍କ ୨ ବର୍ଷ ପୂରଣ ହେଉଛି । ଠିକ୍ ୨ ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମ ସରକାର ଓଡିଶାର ଦାୟିତ୍ବ ଗ୍ରହଣ କରିଥିଲା । ଏବଂ ତା ପରଠାରୁ ଓଡିଶାରେ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର । ଏହି ୨ ବର୍ଷ ମୋ ସହିତ ଆମ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିଛୁ । ସେମାନଙ୍କ ସୁଖ-ଦୁଃଖ ବୁଝିଛୁ ଏବଂ ସେମାନଙ୍କ ଆଶା ଆକାଂକ୍ଷା ଅନୁରୂପ ଯୋଜନା ପ୍ରସ୍ତୁତ କରି ଓଡିଶା ପାଇଁ ଏକ ସୁନ୍ଦର ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିଛୁ ଏବଂ ସେହି ଆଧାରରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି ।
ଓଡିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ସେହି ରୋଡମ୍ୟାପରେ ଆମେ ଓଡିଶାବାସୀଙ୍କ ଅଗ୍ରଗତି ଦିଗରେ ଆଗକୁ ବଢିବା ଆରମ୍ଭ କରିଛୁ ।