Latest Odisha News

BREAKING NEWS

ଟିଏମସି ସାଂସଦଙ୍କ ମଧ୍ୟରେ ବିଦ୍ରୋହ: ନୀରବତା ଭାଙ୍ଗିଲେ ସାୟାନୀ ଘୋଷ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ସାଂସଦ ତଥା ଲୋକପ୍ରିୟ ଅଭିନେତ୍ରୀ ସାୟାନୀ ଘୋଷ ଶେଷରେ ନୀବରତା ଭାଙ୍ଗିଛନ୍ତି। ଟିଏମସିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ମମତାଙ୍କ ଶିଷ୍ୟା କୁହାଯାଉଥିବା ନେତ୍ରୀ ସାୟାନୀଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ ଏବେ ମମତାଙ୍କ ହାତ ଛାଡ଼ିଥିବା ନେଇ ଆରମ୍ଭ ହୋଇଛି ଆଉ ଏକ ଚର୍ଚ୍ଚା। କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ତ ଆଉ କେତେବେଳେ ମୁହଁରେ ମାସ୍କ ବାନ୍ଧି ଚାଲିଯାଇଛନ୍ତି। ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସାୟୋନୀ।

ରାଜ୍ୟ ପରେ ଦିଲ୍ଲୀରେ ଟିଏମସି ସାଂସଦଙ୍କ ବିଦ୍ରୋହ ହୋଇଛି। ଏହି ଗୋଷ୍ଠୀରେ ମମତାଙ୍କ ପ୍ରିୟ ସାଂସଦ ସାୟୋନୀ ଥିବା ନେଇ କୁହାଯାଉଥିବାବେଳେ ସେ ଏହାକୁ ନେଇ ଏବେ ମୁହଁ ଖୋଲିଛନ୍ତି। ସାୟାନୀ ଏୟାରପୋର୍ଟରେ ନଜର ଆସିଥିବା ବେଳେ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହି ସମୟରେ ସେ ନିଜର ଉତ୍ତର ରଖିଛନ୍ତି। ସେ କହିଛନ୍ତି କି, ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି। ଏବେ ସମୟ ନୁହେଁ, ସମୟ ଆସିଲେ ମୁଁ ସବୁ କହିବି। ଏବେ କିଛି ପଚାରନ୍ତୁ ନାହିଁ କହି ଚାଲିଯାଇଥିଲେ।

ସୂଚନା ଥାଉକି, ଟିଏମସି ସାଂସଦଙ୍କ ମଧ୍ୟରେ ବିଦ୍ରୋହ ହୋଇଛି। ୨୦ ଜଣ ସାଂସଦ ଏନଡିଏକୁ ସମର୍ଥନ କରିବେ ବୋଲି ବାଚସ୍ପତିଙ୍କୁ ଦାବି ଜଣାଇଛନ୍ତି। ପଶ୍ଚିମବଙ୍ଗରେ ଟିଏମସି ସରକାର ଯିବା ପରେ ଦଳରେ ଆରମ୍ଭ ହୋଇଛି ବିଦ୍ରୋହ। ରାଜ୍ୟରେ ବିଧାୟକ ଦୁଇ ଗୋଷ୍ଠୀ ହୋଇଥିବାବେଳେ ଏବେ ଦିଲ୍ଲୀରେ ସାଂସଦ ମଧ୍ୟ ଦୁଇ ଗୋଷ୍ଠୀ ହୋଇଛନ୍ତି। ମାତ୍ର ଏହାକୁ ନେଇ ଟିଏମସି ପକ୍ଷରୁ କୁହାଯାଉଛି କି, ଏହା ମିଛ। ଅନ୍ୟପଟେ ଦଳର ଅନେକ ନେତା ଦଳ ଛାଡ଼ିବା ଆରମ୍ଭ କରି ଦେଇଛନ୍ତି।

Leave A Reply

Your email address will not be published.