Latest Odisha News

BREAKING NEWS

ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍

ଭୁବନେଶ୍ବର: ଏସଆଇଆର ପ୍ରସଙ୍ଗରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜେଡ଼ି ଟିମ୍ । ସିଇଓଙ୍କୁ ଭେଟି ରାଜ୍ୟରେ ଏସଆଇଆର ପ୍ରସଙ୍ଗରେ ହେଉଥିବା ତ୍ରୁଟି ସମ୍ବଦ୍ଧରେ ଅବଗତ କରିଛି ବିଜେଡ଼ି I ରାଜ୍ୟରେ ବର୍ତ୍ତମାନ ଏସଆଇଆର କାର୍ଯ୍ୟ ଚାଲିଛି I BLO ମାନେ ଘରକୁ ଘର ବୁଲି ଇମ୍ୟୁନେଶନ ଫର୍ମ ପୂରଣ କରି ଏସଆଇଆର କାର୍ଯ୍ୟ କରିବା ନିୟମ ଥିବା ବେଳେ ବହୁ ସ୍ଥାନରେ ଗୋଟିଏ ଜାଗାରେ ବସି କରୁଥିବା ଅଭିଯୋଗ କରିଛି ବିଜେଡ଼ି l

ସେହିପରି ଗୋଟେ ଗୋଟେ ସ୍ଥାନରେ ଇମ୍ୟୁନେସନ ଫର୍ମ ଦୁଇଟି ପୂରଣ ହେବା ପରେ ଗୋଟେ ଫର୍ମ BLO ରଖିବେ ଆଉ ଗୋଟେ ଫର୍ମ ସେହି ବ୍ୟକ୍ତିକୁ ଦେବାର ନିୟମ ଅଛି I BLO ମାନେ ଦୁଇଟି ଫର୍ମ ନେଇ ଯାଉଛନ୍ତି କହି ସିଇଓଙ୍କୁ ଏହାର ଦୃଷ୍ଟି ଆକର୍ଷଣ କରିଛି ବିଜେଡ଼ି I

ଏହା ସହ ଯେଉଁମାନଙ୍କ ଇମ୍ୟୁନେସନ ଫର୍ମ ପୂରଣ କରିଛନ୍ତି ସେମାନଙ୍କର ଠିକ ଭାବେ ଡିଜିଟାଲାଇଜେସନ ହୋଇଛି ସେମାନଙ୍କୁ ମେସେଜ ଆସିବା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ବିଜେଡ଼ି । ଯେହେତୁ ୨୮ ତାରିଖରେ ଫର୍ମ ପୂରଣ କାମ ଶେଷ ହେବ ଏଣୁ ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଜେଡ଼ି ସିଇଓଙ୍କ ଦୃଷ୍ଟି ଆକର୍ଷଣ କରିଛି I

ତେବେ ଏହି ସମୟରେ ଦଳର ବରିଷ୍ଠ ଉପସଭାପତି ପ୍ରତାପ ଜେନା, ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହlର, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଜେଡ଼ି ମୁଖପାତ୍ର ଲେଲିନ ମହାନ୍ତି, ବିଜେଡ଼ି ସମ୍ପାଦକ ବିଜୟ ନାୟକ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.