Latest Odisha News

ବରଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସହରରେ ପ୍ରତିଷ୍ଠା ହେବ ଅର୍ବାନ ସିଏଚସି

ଭୁବନେଶ୍ୱର: ବରଗଡ ସହର ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ ସହରର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅର୍ବାନ ସିଏଚସି(ସହରୀ ସାଂପ୍ରଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର) ପ୍ରତିଷ୍ଠା ହେବ ।

୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସିରେ ଜରୁରୀକାଳୀନ ଚିକିତ୍ସା ସହ ଓପିଡି ସେବା ମଧ୍ୟ ଯୋଗାଇ ଦିଆଯିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ବରଗଡ ସହରରୁ ୧୦ କିମି ଦୂରରେ ଥିବା ତୁର୍କୁଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ ପରିଚାରକଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ଓ ବସ ସେବା ମଧ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବରଗଡ ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ସହ ବୈଠକରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହା ପୂର୍ବରୁ ବିଜେଡି ଦଳର ଏକ ଟିମ୍ ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବେଶ ଆଚାର୍ଯ୍ୟ ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଜାନୁଆରୀ ୩୧ରେ ବରଗଡ ସହରବାସୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ହସ୍ପିଟାଲ ଦାବି କରି ଆନ୍ଦୋଳନ କରିଥିଲେ ।

Comments are closed.