Latest Odisha News

BREAKING NEWS

ଚାଲୁ ବିତ୍ତବର୍ଷର ତୃତୀୟ ତ୍ରୟମାସିକରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି !

ନୂଆଦିଲ୍ଲୀ: ଦୁରସଂଚାର କମ୍ପାନୀ ଭାରତୀ ଏଆରଟେଲ କୁ ଚଳିତ ବିତ୍ତ ବର୍ଷର ତୃତୀୟ ତ୍ରୟମାସିକ ( ଅକ୍ଟୋବର ରୁ ଡ଼ିସେମ୍ବର) ରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି |

ସୂଚନାଯୋଗ୍ୟ ଯେ, ପୂର୍ଵ ବିତ୍ତ ବର୍ଷ ୨୦୧୮-୧୯ ଏହି ତ୍ରୟମସିକ ରେ ଏହି କମ୍ପାନୀ କୁ ୮୬ କୋଟି ଲାଭ ହୋଇଥିଲା | କମ୍ପାନୀ ଟାରୀଫିକ ପ୍ଲାନରେ ଆହୁରୀ ବଢାଇବାରେ ସଂକେତ ଦେଇଛି | କମ୍ପାନୀ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଗୋପାଳ ବିଟଲ କହିଛନ୍ତି ଯେ ଉଦ୍ୟୋଗ କୁ ଏହି ସ୍ଥିତିରୁ ବାହାର କରିବାକୁ ତାରିଫିକ ଆହୁରି ବଢାଇବା ସମ୍ପର୍କରେ କହିଛନ୍ତି |

ଭାରତୀ ଏଆରଟେଲ ର ଶେୟାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ରେ ୮.୮୦ ଟଙ୍କା ବା ୧.୭୨ ପ୍ରତିଶତ ବଢିବା ସହ ୫୧୯.୧ ଟଙ୍କା ରେ ବନ୍ଦ ହୋଇଛି | ସମୀକ୍ଷାଧିନ ଅବଧିରେ ଭାରତୀ ଏଆରଟେଲ ଇଣ୍ଡିଆ ର ରାଜସ୍ୱ ଏକ ବର୍ଷ ପୂର୍ବର ତ୍ରୟମାସିକ ତୁଳନାରେ ସାତ ପ୍ରତିଶତ ବଢି ୧୫,୭୯୭ କୋଟି ଟଙ୍କା ହୋଇଛି | ଏହା ପୁର୍ବ ବର୍ଷ ଦ୍ୱିତୀୟ ତ୍ରୟମାସିକରେ କମ୍ପାନୀ ଏବେ ପର୍ଯ୍ୟନ୍ତ ସବୁଠୁ ବଡ଼ ୨୩,୦୪୫ କୋଟି ଟଙ୍କା କ୍ଷତି ରେକର୍ଡ କରାଯାଇଛି| କମ୍ପାନୀ ତରଫରୁ ୨୮,୪୫୦ କୋଟି ଟଙ୍କା ସୁପ୍ରିମକୋର୍ଟ ର ଫଇସଲା ଅନୁସାରେ ବକେୟା ପାଇଁ ରଖାଯାଇଥିବା ପାଇଁ ଏହି କ୍ଷତି ହୋଇଛି |

Leave A Reply

Your email address will not be published.