Latest Odisha News

BREAKING NEWS

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ

ଦାମ୍ବୁଲା: ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏ ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ ଫାଇନାଲରେ ଶ୍ରୀଲଙ୍କା ଏକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୭୭ ରନ କରିଥିଲା । ବୈଭବ ୨୯ ବଲରେ ୧୦ ଚୌକା ଓ ୮ ଛକା ସହାୟତାରେ ୯୪ ରନ କରିଥିଲେ । ୧୧ ବଲରେ ଅର୍ଦ୍ଧଶତକ ହାସଲ କରି ସେ ବିଶ୍ୱରେକର୍ଡ କରିଛନ୍ତି । ପ୍ରିୟାଂଶ ଆର୍ଯ୍ୟ ୩୯, ତିଳକ ବର୍ମା ୬୭ ଓ ଅନୁକୂଳ ରାୟ ୩୯ ରନ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ଏ ପକ୍ଷରୁ ୱାନୁଜା ସହନ, କୁଗାଥାସ ମଥୁଲନ, ରବିନ୍ଦୁ ଫର୍ଣ୍ଣାଣ୍ଡୋ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଶ୍ରୀଲଙ୍କା ଏ ଏହି ଲକ୍ଷ୍ୟକୁ ପିଛା କରି ୪୭.୧ ଓଭରରେ ୩୧୧ ରନ କରିବାକୁ ସକ୍ଷମ ହୋଇଥିଲେ । ସଦୀରା ସମରବିକ୍ରମ ୫୨, ୱାନୁଜା ସାହନ ୬୨ ରନ କରି କିଛିଟା ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଟିମ ଇଣ୍ଡିଆ ପକ୍ଷରୁ ୟଶ ଠାକୁର ଓ ବିପ୍ରଜ ନିଗମ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଅନୁକୂଲ ରାୟ ୨ଟି ୱିକେଟ ହାସଲ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବୈଭବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.