Latest Odisha News

BREAKING NEWS

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି ।

ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା ପାଇଁ ବିଭିନ୍ନ ସ୍ଥାନରେ ଏ ନେଇ ସୂଚନା ଫଳକ ଲାଗିଛି । ଏବେ କିଛି ଦିନ ହେବ ଅହମ୍ମଦାବାଦରେ ମାଙ୍କଡ ସଂଖ୍ୟା ବୃଦ୍ଧି ପାଇଥିଲା ।

ସ୍ଥାନୀୟ ବିମାନବନ୍ଦରରେ ସେମାନଙ୍କ ଉତ୍ପାତ ଚରମସୀମାରେ ପହଂଚି ଯାଇଥିଲା । ପୂର୍ବରୁ ବାଣ ଫୁଟାଇ ସେମାନଙ୍କ ହଟାଯାଉଥିଲା । ଭାଲୁ ବେଶରେ କର୍ମଚାରୀ ବୁଲିବା ବୁଦ୍ଧିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.