Latest Odisha News

BREAKING NEWS

ହାତୀ ଆକ୍ରମଣରେ ପତ୍ନୀ ମୃତ, ସ୍ୱାମୀ ଗୁରୁତର ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଞ୍ଚଳର ମାଟିସାହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ଆକ୍ରମଣରେ  ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି ।

ଉକ୍ତ ଦମ୍ପତି ଦ୍ୱୟ ହେଲେ ସ୍ଥାନୀୟ ଗ୍ରାମର ସଜନୀ ଓ ଭରତ ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ହାତୀ ସମ୍ପୃକ୍ତ ଗ୍ରାମ ମଧ୍ୟରେ ପ୍ରବେଶ କରିଥିଲା । ଦୁର୍ଭାଗ୍ୟବଶତଃ ସେମାନେ ଶୋଇଥିବା ଘରକୁ ମଧ୍ୟ ହାତୀ ଭାଙ୍ଗିଦେଇ ଥିଲା। ପରେ ଦୁହେଁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ହାତୀଟି ସେମାନଙ୍କୁ ଆକ୍ରମଣ କରିଥିଲା।

ଅପରପକ୍ଷରେ ଗ୍ରାମବାସୀ ମାନେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସଜନୀ ଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ସମ୍ପୃକ୍ତ ସ୍ବାମୀଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.