Latest Odisha News

BREAKING NEWS

ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ; ୧୦୦ ଗୋରୁ ଉଦ୍ଧାର,୪ ଅଭିଯୁକ୍ତ ଗିରଫ

ଗଞ୍ଜାମ: ଭଞ୍ଜନଗର ପୋଲିସ ବେଆଇନ ଗୋରୁ ଚାଲାଣ ବିରୋଧରେ ଏକ ବଡ଼ ଧରଣର ଚଢାଉ କରିଛି । ୧୦୦ଟି ଗୋରୁକୁ ଉଦ୍ଧାର କରିଛି। ଚଢ଼ାଉ ସମୟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଏହି ଚୋରାଚାଲାଣରେ ଅଭିଯୁକ୍ତ ଲକ୍ଷ୍ମଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଏବଂ ଗଣେଶ ନାୟକଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି।

ଏହି ଘଟଣାରେ ଭଞ୍ଜନଗର ଥାନା ମାମଲା ନଂ-୬୧୭/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୦୩(୨), ୨୯୧ ଓ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକୁ ସୁରକ୍ଷିତ ରଖାଯାଇଥିବାବେଳେ ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।

Leave A Reply

Your email address will not be published.