Latest Odisha News

BREAKING NEWS

ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ଅଭିଯୋଗରେ ଆଉ ଜଣେ ଗିରଫ

କେନ୍ଦୁଝର: ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ। କେନ୍ଦୁଝର ଜିଲ୍ଲାରୁ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି। ପୂର୍ବରୁ ଯାଜପୁର ଜିଲ୍ଲାରେ LED ଲାଇଟ୍ ଲଗାଯିବା ସ୍କାମ୍ ମାମଲାରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଥିଲା। ଏଠାରେ ୬ ଜଣ ଠିକାଦାରଙ୍କୁ ଅଟକ ରଖି ଭିଜିଲାନ୍ସର ପଚରାଉଚରା କରିଥିଲା। ଏବେ କେନ୍ଦୁଝର ଜିଲ୍ଲାରୁ ଆଉ ଜଣେ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ।

ସୂଚନା ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତି ହେଲେ ମାୟା ଟ୍ରେଡର୍ସର ପ୍ରୋପ୍ରାଇଟର ବିଭୂତି ଭୂଷଣ ବିଶ୍ୱାଳ । ତାଙ୍କୁ ଏହି ଦୁର୍ନୀତି ମାମଲାରେ ଗୁରୁତର ଭାବେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ପରେ ତାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି । ଏହି ଘଟଣା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଆହୁରି ତଦନ୍ତ ଜୋରଦାର କରାଯାଉଛି ଏବଂ ଅନ୍ୟାନ୍ୟ ସଂପୃକ୍ତଙ୍କୁ ମଧ୍ୟ ଖୋଜାଯାଉଛି ।

Leave A Reply

Your email address will not be published.