ବ୍ରହ୍ମପୁର: ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ପୁନମ ମହାରଣା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିନ୍ଧିଛନ୍ତି ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India Finals’ ପ୍ରତିଯୋଗିତା ପାଇଁ ଓଡିଶାରୁ ଚୟନ ହୋଇଛନ୍ତି ।
ପୁନମ ମହାରଣା ବ୍ରହ୍ମପୁରର ଝିଅ । ବାପା ବିଭୁଦେନ୍ଦ୍ର ମହାରଣା ଏବଂ ମାଆ ସଙ୍ଗୀତା ମହାରଣାଙ୍କ ସେ ଏକମାତ୍ର କନ୍ୟା । b.tech in computer science ରେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି । ଶିକ୍ଷା ଶେଷ କରିବା ପରେ ପୁନେ ଠାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି ପୁନମ୍ । ମିସ୍ ୟୁନିଭସ୍ ଓଡ଼ିଶା ତାଜ୍ ପିନ୍ଧିବା ପରେ ଏବେ ସେ ଜାତୀୟ ସ୍ତରରେ ଭାଗ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଏହି ସଫଳତା ହାସଲ କରି ନିଜ ପରିବାର ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ନେଇ ମୁଁ ଗର୍ବିତ। ନିଜ ପରିବାରର ବାପା ଓ ମାଆ ସହ ପରିବାର ବର୍ଗଙ୍କ ସମର୍ଥନ ମିଳିପାରିଥିବା ଯୋଗୁଁ ମୁଁ ଏଠାରେ ପହଞ୍ଚିପାରିଛି ବୋଲି କହିଛନ୍ତି ପୁନମ। ତାଙ୍କୁ ଯେତେବେଳେ ତାଙ୍କ ଚୟନ ପ୍ରକ୍ରିୟା ବିଷୟରେ ପଚାର ଯାଇଥିଲା ସେବେ ସେ କହିଥିଲେ ଯେ , ଅଡିସନ୍ ବେଳେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ରହିଥିବା ବେଳେ ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଠାରୁ ଜଣେ ବଳିକି ଥିଲେ। ଜାତୀୟ ସ୍ତରରେ ଆୟୋଜିତ ହେବାକୁ ରହିଥିବା ପ୍ରତିଯୋଗିତାରେ ସମସ୍ତ ରାଜ୍ୟର ପ୍ରତିଯୋଗୀ ମାନେ ନିଜ ନିଜର ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ। ଏପରିକି ଆମେ ୫୦ ଜଣ ପ୍ରତିଯୋଗୀ ରହିଥିବୁ ଯେଉଁମାନେ ମଞ୍ଚରେ ପରିବେଷଣ କରି ଜଣେ ଅନ୍ୟ ଜଣଙ୍କୁ ପ୍ରତିଦ୍ୱନ୍ଦ୍ୱି କରିବୁ ବୋଲି କହିଥିଲେ।
