Latest Odisha News

BREAKING NEWS

ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଆଜି ରାତି ଏହି ସମୟରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଦିନକ ପରେ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷ ନୀତିକାନ୍ତି ପାଇଁ କଟକଣା ଜାରି ହୋଇଛି। ଏଥିସହ ସୁରକ୍ଷାବ୍ୟବସ୍ଥା ଓ ରୁଟ୍ ଲାଇନକୁ ସୁରକ୍ଷିତ କରାଯାଇଛି। ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍‌ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି।

ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି । ପାର୍କିଂ ନିମନ୍ତେ ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ, ଅର୍ଥାତ୍‌ ପ୍ରଥମେ ଆସିଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ମିଳିବ ।

ପୁଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଦୁଇ ଚକିଆ ଯାନ ନିମନ୍ତେ, ଭୁବନେଶ୍ବର ପାର୍ଶ୍ବର କମ୍ବା ବ୍ରହ୍ମଗିରି ପାର୍ଶ୍ବରୁ କିମ୍ବା କୋର୍ଣାର୍କ ପାର୍ଶ୍ବରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ମାର୍କେଟ୍‌ କମ୍ପ୍ଲେକ୍ସ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଏହା ସହ ପୁରୁଣା ଜଗନ୍ନାଥ ବଲ୍ଲଭ ଠାରେ ପାର୍କିଂ ମଧ୍ୟ କରିପାରିବେ ।

ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଓ ଜଟିଆ ବାବାଜୀ ଛକ ଦେଇ ଫେରିବେ, ମ୍ୟୁନସିପାଲଟି ମାର୍କେଟ୍‌ କମ୍ପ୍ଲେକ୍ସରେ ପାର୍କିଂ କରିଥିବା ଯାନଗୁଡ଼ିକ ମେଡିକାଲ୍‌ ଛକ ଦେଇ ଫେରିବେ । ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜର ଦୁଇ ଚକିଆ ଯାନଗୁଡ଼ିକ ଭିଆଇପି ରୋଡ୍‌ ଦେଇ ଦିଗବାରେଣି ଠାରେ ପାର୍କିଂ କରିବେ ଏବଂ ଫେରିବା ବେଳେ ସେହି ରାସ୍ତା ଦେଇ ଫେରିବେ । ସେହିପରି ୪ ଚକିଆ ଯାନ ପାଇଁ ମଧ୍ୟ ରୁଟ୍‌ ଚାର୍ଟ ଜାରି କରିଛି ପୁରୀ ପୁଲିସ୍‌ ।

Comments are closed.