ଲଣ୍ଡନ: ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଖେଳିବା ପାଇଁ ଆମେରିକାର ଷ୍ଟାର ମହିଳା ଖେଳାଳି ସେରେନା ୱିଲିୟମ୍ସ ଅବସର ନିଷ୍ପତିରୁ ଓହରିଥିଲେ । ତେବେ ତାଙ୍କର ଏହି ପ୍ରତ୍ୟାବର୍ତନ ଉତ୍ସାହଜନକ ରହି ନାହିଁ । ୪୪ ବର୍ଷୀୟା ସେରେନା ପ୍ରଥମ ରାଉଣ୍ଡରେ ୨୦ ବର୍ଷୀୟା ଅଷ୍ଟ୍ରେଲିଆର ମାୟା ଜାଇଂଟଙ୍କ ନିକଟରୁ ୬-୩, ୭-୬ ଓ ୬-୭ ସେଟରେ ପରାଜିତ ହୋଇଥିଲେ । ସେରେନା ମହିଳା ଡବଲ୍ସରେ ଭଉଣୀ ଭେନସଙ୍କ ସହ ଖେଳିବେ । ପ୍ରାୟ ୪ ବର୍ଷ ପରେ ସେ କୋର୍ଟକ ୁ ଓହ୍ଲାଇଥିଲେ ।
୨୦୨୨ରେ ମାଆ ହେବା ପରେ ସେରେନା ଅବସର ଘୋଷଣା କରିଥିଲେ । ୱିମ୍ବେଲଡେନ ଟେନିସର ୩୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୧୫ଜଣ ଖେଳାଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ସେହିପରି ମହିଳା ସିଙ୍ଗଲ୍ସର ବର୍ତମାନର ଚାମ୍ପିୟନ ପୋଲାଣ୍ଡର ଇଗା ସ୍ୱୀଟେକା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆମେରିକାର ଟେଲର ଟାଉନସ୍ୟାଣ୍ଡଙ୍କୁ ୬-୧, ୨-୬ ଓ ୬-୩ ସେଟରେ ପରାଜିତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପରେ ସେ କାନ୍ଦି ପକାଇଥିଲେ ।
