Latest Odisha News

BREAKING NEWS

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ SI ପରୀକ୍ଷା

ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇ ପାରିବେ। ଆବେଦନକାରୀଙ୍କ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ହେବନି। ପରୀକ୍ଷା ପାଟର୍ଣ୍ଣ, ସିଲାବସ୍‌ରେ କୌଣସି ପ୍ରକାର ପରିବର୍ତ୍ତନ ହେବନି। ତ୍ରୁଟିଶୂନ୍ୟ ପରୀକ୍ଷା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ସୂଚନା ଥାଉକି ଗତବର୍ଷ ଓଡିଶା ପୋଲିସ SI ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଏବେ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ସହ ସିବିଆଇ ଏଥିରେ ସମ୍ପୃକ୍ତ ୧୬ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି। ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ୨୦୨୫ ମସିହା ସେପ୍ଟେମ୍ବର ମାସରେ ସାମ୍ନାକୁ ଆସିଥିଲା । ପରୀକ୍ଷାର ଠିକ୍ ୫ ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ପ୍ରଶ୍ନପତ୍ର ଲିକର ପର୍ଦ୍ଦାଫାଶ କରିଥିଲା ଏବଂ ଓଡ଼ିଶା ପୋଲିସ ତୁରନ୍ତ ଏହି ପରୀକ୍ଷାକୁ ବାତିଲ କରିଦେଇଥିଲା ।

Leave A Reply

Your email address will not be published.