ସୁବର୍ଣ୍ଣପୁର: ବିନିକାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲି ବିଳମ୍ବିତ ରାତ୍ରୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଆହତ ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହାପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ବିନିକା ସହରର ପାପକ୍ଷୟ ଛକରେ ବେରିହାପଡାର ଜୟ ବାଗଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଜୟଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜୟଙ୍କ ଗୋଡ଼, ହାତ, ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ବିନିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ବିଳମ୍ଵିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
କେଉଁ କାରଣରୁ ଯୁବକଙ୍କୁ ଆକ୍ରମଣ କରଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଏପଟେ ଖବର ପାଇ ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।
