Latest Odisha News

BREAKING NEWS

ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ, ଏଏସଆଇକୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ

ପୁରୀ: ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ । ଜୁଲାଇ ୧୮ରୁ ଆରମ୍ଭ ହେବ ପ୍ରକ୍ରିୟା । ଏନେଇ ଏଏସଆଇକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ ।

ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବା ବେଳେ ଏହି ଯାଞ୍ଚ କରିବ ASI l ଯାଞ୍ଚ ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ତେବେ ଏହା ଏକ ରୁଟିନ୍ ଯାଞ୍ଚ୍ ପ୍ରକ୍ରିୟା । ପ୍ରତ୍ୟେକ ବର୍ଷ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ସମୟରେ ଶ୍ରୀମନ୍ଦିରରେ ଏହି ଯାଞ୍ଚ ପ୍ରକ୍ରିୟା କରାଯାଇଥାଏ ।

ତେବେ ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭ ଗୃହ,କାନ୍ଥ, ରତ୍ନ ବେଦୀ ସହ ବିଭିନ୍ନ ମନ୍ଦିର ଗୁଡିକର ମଧ୍ୟ ଯାଞ୍ଚ କରାଯାଇଥାଏ । ଏହା ଶ୍ରୀମନ୍ଦିର ଗର୍ଭଗୃହର କାନ୍ଥର କଳା ଆସ୍ତରଣର କେମିକାଲ ୱାସ ସହ କୀର୍ତ୍ତିରାଜିର ସୁରକ୍ଷା ଯାଞ୍ଚ କରାଯିବ ।

ଯାଞ୍ଚ ଶେଷ ହେବା ପରେ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ବୈଷୟିକ ଯାଞ୍ଚ ରିପୋର୍ଟକୁ ଆଧାର କରି ମନ୍ଦିରର ସଂରକ୍ଷଣ, ମରାମତି ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରାଯିବ ।

Leave A Reply

Your email address will not be published.