Latest Odisha News

BREAKING NEWS

ରାଜ୍ୟର ସମସ୍ତ କଲେଜ ପରିସରକୁ ନିଶାମୁକ୍ତ ଜୋନ୍ କରିବାକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପରିସରକୁ ନିଶାମୁକ୍ତ ଜୋନ କରିବା ନେଇ ସବୁ କଲେଜକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ ।

ନ୍ୟାସନାଲ ନାରକୋଟିକ୍ସ କୋଅର୍ଡିନେସନ (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମସ୍ତ କଲେଜକୁ ୫୦୦ ମିଟର ପରିସରର ଯାଞ୍ଚ କରି ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ର ଚାଲୁ ନଥିବା ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ତଥ୍ୟ ଏଚ୍ଆଇଏମଏସ୍ (HIMS) ପୋର୍ଟାଲରେ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଅପଲୋଡ୍ କରିବାକୁ କୁହାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫର୍ମାଟରେ କଲେଜ ପରିସରର ୫୦୦ ମିଟର ମଧ୍ୟରେ ମଦ ଦୋକାନ କିମ୍ବା ତମାଖୁଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିଛି କି ନାହିଁ, ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ବ୍ୟବହାର ଚିହ୍ନଟ ହୋଇଛି କି ନାହିଁ, ଯଦି ହୋଇଥାଏ ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ ଓ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.