Latest Odisha News

BREAKING NEWS

MahaLakshmi Corridor:୧କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର

ଭୁବନେଶ୍ବର:ଲକ୍ଷ୍ମୀପୁରାଣକୁ ନେଇ ସରକାର ଅନନ୍ୟ ପଦକ୍ଷେପ ନେଇଛନ୍ତି ।ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୁରାଣର ନୂଆ ଗୀତ ଆଉ ଥରେ ରେକର୍ଡ ହେବ । ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ ଏବଂ ଗୀତା ଦାସ ଗାଇବେ ।

ରାଜ୍ୟ ସରକାର ଉଭୟଙ୍କ ସହ କଥା ହୋଇଛନ୍ତି। ସେମାନେ ନୂଆ ଛନ୍ଦରେ ଗାଇବା ପାଇଁ ରାଜି ହୋଇଛନ୍ତି । ମିଶନ ଶକ୍ତି ଅଡିଟୋରିୟମରେ ଆୟୋଜିତ ହୋଇଥିବା ଲକ୍ଷ୍ମୀ ପୁରାଣ କରିଡର୍ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ମହାଲକ୍ଷ୍ମୀ କରିଡର । କରିଡରରେ ବଳରାମ ଦାସଙ୍କ ଗ୍ୟାଲେରୀ, ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ରହିବ । ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିବ । ୫୦୦ ମହିଳା ଏକାଠି ହୋଇ ଗାଇ ପାରିବେ ଲକ୍ଷ୍ମୀପୁରାଣ ।

ଗୋପ ବ୍ଲକ ଅନ୍ତର୍ଗତ ବେଗୁନିଆ ଗ୍ରାମରେ ପ୍ରସ୍ତାବିତ ‘ଲକ୍ଷ୍ମୀ ପୁରାଣ କରିଡର’ର ପରିକଳ୍ପିତ ଚିତ୍ର ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.