Latest Odisha News

BREAKING NEWS

STF Cracks Ganja Mafia:ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କ ଠାବ; ୪ ଗିରଫ, ୨୫ ପ୍ୟାକେଟ ଗଞ୍ଜେଇ ଜବତ

ଭୁବନେଶ୍ୱର: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କର ପର୍ଦ୍ଦାଫାଶ । ବଡ଼ଗଡ଼ ଥାନା ପାଣ୍ଡବ ନଗରର ଏକ ଭଡ଼ାଘରକୁ ଗୋଦାମ କରି ସେଠାରୁ କେରଳ, ବେଙ୍ଗାଲୁରୁ ସମେତ ବିଭିନ୍ନ ରାଜ୍ୟକୁ ବିପୁଳ ଗଞ୍ଜେଇ ଚାଲାଣ କରାଯାଉଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ ବେଳେ ସିଣ୍ଡିକେଟର କିଙ୍ଗପିନ୍ ଓ ସେକେଣ୍ଡ ଇନ୍ କମାଣ୍ଡଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏଥିସହ ୨୫ଟି ପ୍ୟାକେଟ ଗଞ୍ଜେଇ ସହ ୪ଟି ମୋବାଇଲ୍ ଜବତ କରିଛି ଏସଟିଏଫ୍ ।

ଚାରି ଅଭିଯୁକ୍ତଙ୍କ ବିରୋଧରେ NDPS ଆଇନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସିଣ୍ଡିକେଟର ଅନ୍ୟ ସଦସ୍ୟ ଓ ଆର୍ଥିକ କାରବାରର ଲିଙ୍କ୍ ଖୋଜା ଚାଲିଛି ।

ସୂଚନାଥାଉକି, କେରଳର ମହମ୍ମଦ ଆସିଫ ସିଣ୍ଡିକେଟର କିଙ୍ଗପିନ୍ । ଶୁଭ୍ରାଂଶୁ ଶେଖର ପଣ୍ଡା ଓରଫ ବାବ୍ଲୁ ଗୋଦାମ ପରିଚାଳନା ସହ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ପଠାଇବା ଦାୟିତ୍ୱରେ ଥିଲେ। କନ୍ଧମାଳର ଚନ୍ଦନ ଦିଗାଲ ଓ ରଶ୍ମି ରଞ୍ଜନ ଦିଗାଲ ସିଣ୍ଡିକେଟକୁ ସ୍ଥାନୀୟ ସ୍ତରରେ ଗଞ୍ଜେଇ ଯୋଗାଇ ଆସୁଥିବା ଏସଟିଏଫ୍ କହିଛି ।

 

Leave A Reply

Your email address will not be published.