Latest Odisha News

BREAKING NEWS

ରାମ ମନ୍ଦିର ଚାନ୍ଦା ଚୋରି ଘଟଣା; ଚମ୍ପତ ରାୟ ଏବଂ ଅନିଲ ମିଶ୍ରାଙ୍କ ଇସ୍ତଫା ଗୃହୀତ

ଅଯୋଧ୍ୟା: ଶ୍ରୀରାମ ମନ୍ଦିରରେ ଚାନ୍ଦା ଚୋରି ହେବା ଅଭିଯୋଗ ପରେ ସା. ସମ୍ପାଦକ ଚମ୍ପତ ରାୟଙ୍କ ଇସ୍ତଫା ଗୃହୀତ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ସା. ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ। ଏହାସହିତ ଅନିଲ ମିଶ୍ରାଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ଚମ୍ପତ ରାୟଙ୍କ ଇସ୍ତଫା ପରେ ବଜରଙ୍ଗ ବଗ୍ରାଙ୍କୁ ପରବର୍ତ୍ତୀ ସାଧାରଣ ସମ୍ପାଦକ ପଦ ମିଳିବା ସମ୍ଭାବନା ରହିଛି।

ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ବୈଠକ ମଣି ରାମଦାସ ଛାଉଣୀରେ ହେବାର ଥିଲା । କିନ୍ତୁ ସୁରକ୍ଷା କାରଣରୁ ବୈଠକ ସ୍ଥାନ ବଦଳା ଯାଇଥିଲା । ଏବେ ଏହା ରାମ ମନ୍ଦିର ପରିସରରେ ହେଉଛି । ବୈଠକରେ ଚମ୍ପତ ରାୟ (ମହାସଚିବ) ଓ ଅନିଲ ମିଶ୍ର (ଟ୍ରଷ୍ଟି)ଙ୍କ ଇସ୍ତଫା ଗୃହୀତ ହୋଇଛି ।

ମହନ୍ତ ନୃତ୍ୟଗୋପାଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବୈଠକରେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମିଟିଂର ଏଜେଣ୍ଡା ରଖିଛନ୍ତି । ଟ୍ରଷ୍ଟରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରୁ ଇସ୍ତଫା ଦେଇଥିବାରୁ ଚମ୍ପତ ରାୟ ଓ ଅନିଲ ମିଶ୍ର ବୈଠକକୁ ଆସି ନାହାନ୍ତି । ଅଯୋଧ୍ୟା ରାମ ମନ୍ଦିରରେ ଦାନରାଶି ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନିଲ ମିଶ୍ରା ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.