Latest Odisha News

BREAKING NEWS

ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୧୦ ଆହତ

ବସ୍ତା: ବାଲେଶ୍ବର ଜିଲ୍ଲାର ଜାତୀୟ ରାଜପଥ-୧୬ରେ ପୁରୀରୁ ଫେରୁଥିବା ଏକ ମିନି ବସ୍ ମଙ୍ଗଳବାର ବିଳମ୍ବିତ ରାତିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ବସ୍ତା ଥାନା ଅଧୀନ କୁଣ୍ଡୁପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ତୀର୍ଥଯାତ୍ରୀମାନେ ପୁରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ ସାରି ଫେରୁଥିବା ନେଇ କୁହାଯାଉଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଟାଟା ୱିଙ୍ଗର ମିନି ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଫଳରେ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲ୍, ବସ୍ତା ପୋଲିସ ଏବଂ ଅଗ୍ନିଶମ ସେବାର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ପ୍ରୟାସ ପରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣାପଡିଛି।

Leave A Reply

Your email address will not be published.