ପୁରୀ: ଆଗକୁ ଆସୁଛି ରଥଯାତ୍ରା । ଚଳିତଥର ପ୍ରତିବର୍ଷ ପରି ବହୁତ ମାତ୍ରାରେ ଭକ୍ତ ପୁରୀ ଆସିବେ । ହେଲେ ଏହି ରଥଯାତ୍ରା ଆଗରୁ ଭାରତୀୟ ଯବାନଙ୍କ ତରଫରୁ ମକଡ୍ରିଲ କରାଯାଇଛି। ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ। ତଇନାତ ଥିଲେ ଦୁଇଟି ସ୍ନାଇପର ଟିମ୍ ସହ ୪ ଟି ଭାଗରେ ବିଭକ୍ତ ହୋଇ Special tactical unit (stu)ର କମାଣ୍ଡୋ।ଏଥିସହ ଅଗ୍ନିଶମ ବିଭାଗର ଲ୍ୟାଡର୍, K9 ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ।
ଯଦି ଭୁଲ ବସତଃ ଆତଙ୍କବାଦୀ ପ୍ରବେଶ କରନ୍ତି ତାକୁ କେମିତି ମୁକାବିଲା କରାଯିବ ତାହା ଦର୍ଶାଯାଇଛି । ଶ୍ରୀମନ୍ଦିର ନିକଟରେ ହୋଇଛି ଅପରେସନ ଚକ୍ରବ୍ୟୁହ । ୨ଟି ସ୍ନାଇପର ଟିମ ସହ ୪ଟି ଭାଗରେ ବିଭକ୍ତ ହୋଇଥିଲେ କମାଣ୍ଡୋ । ଏହାରି ମଧ୍ୟରେ ସନ୍ଧାନୀ କୁକୁର ବୋମା ନିସ୍କ୍ରିୟକାରୀ ଦଳ ରଥଯାତ୍ରା ଗହଳି ଭିତରେ ପଶିଗଲେ । ଆତଙ୍କବାଦୀ ବନ୍ଧୁକ ଧରି ଅତର୍କିତ ଗୁଳିଚଳାଇବା ସହ ଶ୍ରଦ୍ଧାଳୁଙ୍କୁ ପଣବନ୍ଦୀ କରି ଆତ୍ମଗୋପନ କରିଥିଲେ । ଏହି ଖବର ପାଇବା ପରେ ନିଆଁକୁ ଆୟତଃ କରାଯାଇଥିଲା । ଏହା ଏକ ଚ୍ୟାଲେଞ୍ଜିଂ ଅପରେସନ ଥିବାରୁ ସତର୍କତାର ସହ ଏହାକୁ କରାଯାଇଥିଲା ।
ଏହି ମକଡ୍ରିଲରେ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ବାହାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଆତଙ୍କବାଦୀଙ୍କୁ ଆକ୍ରମଣ କରାଯାଇଥିଲା । ଓଡିଶା ପୋଲିସ, ବୋମା ନିସ୍କ୍ରିୟକାରୀ ଦଳ, ଡଗସ୍କାର୍ଡ,ଅଗ୍ନିମମ ବିଭାଗ ସହଯୋଗରେ ଏହି ମକଡ୍ରିଲ କରାଯାଇଥିଲା । ପ୍ରଥମେ ସକାଳେ ଏକ ତାରକା ହୋଟେଲରେ ଓ ପରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ମକଡ୍ରିଲ କରାଯାଇଥିଲା। ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଥିବାରୁ ମକଡ୍ରିଲ ହେଉଥିବା ସ୍ଥାନର ଦୁଇ ପାର୍ଶ୍ୱକୁ ବନ୍ଦ କରିଦିଆଯାଇଥିଲା।
Special tactical unit (stu),sog , ଓଡ଼ିଶା ପୋଲିସ ,ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାର୍ଡ,ଅଗ୍ନିଶମ ବିଭାଗ ଓ ଓଡ଼୍ରାଫ୍ ସହଯୋଗରେ ଏହି ମକ ଡ୍ରିଲ୍ କରାଯାଇଥିଲା।ଏହା ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଭକ୍ତଙ୍କ ବେଶ୍ ଭିଡ ଲାଗିଥିଲା। ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ସାଧାରଣ ଜନତା ଓ ଯାତ୍ରୀଙ୍କ ସୂଚନା ଓ ସହଯୋଗ ବଳରେ ଯେ କୌଣସି ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବ ବୋଲି ଏହି ମକ ଡ୍ରିଲ୍ ମାଧ୍ୟମରେ ଦୃଢ଼ ବାର୍ତ୍ତା ଦିଆଯାଇଛି ।