Latest Odisha News

BREAKING NEWS

ସରକାରୀ ଚାକିରି ପାଇଁ ମା’କୁ ମାରିଦେଲେ…

ଜୟପୁର: ଜଣେ ୨୩ ବର୍ଷୀୟା ମହିଳା ତାଙ୍କ ସମ୍ପର୍କୀୟଙ୍କ ସହିତ ଷଡ଼ଯନ୍ତ୍ର କରି ସମ୍ପତ୍ତି ଏବଂ ଅନୁକମ୍ପାମୂଳକ ସରକାରୀ ଚାକିରି ପାଇବା ପାଇଁ ତାଙ୍କ ମାଆଙ୍କୁ ହତ୍ୟା କରିଛନ୍ତି। ଯାହା ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା।

ଅଭିଯୁକ୍ତ ଆୟୁଷୀକୁ ତାଙ୍କ କାକା ଏବଂ ସମ୍ପର୍କୀୟ ଭାଇ ସମେତ ଅନ୍ୟ ଛଅ ଜଣଙ୍କ ସହିତ ଗିରଫ କରାଯାଇଛି।ପୋଲିସ କହିଛି ଯେ ଅଭିଯୁକ୍ତ ପ୍ରଥମେ ହତ୍ୟାକାଣ୍ଡକୁ ଏକ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲା।

ଡେପୁଟି କମିଶନର ଅଫ୍ ପୋଲିସ (ପୂର୍ବ) ରଞ୍ଜିତା ଶର୍ମା କହିଛନ୍ତି ଯେ ପ୍ରତାପ ନଗରର ରବିନ୍ଦ୍ର ନଗର ନିବାସୀ ୪୫ ବର୍ଷୀୟା ନୀରଜ ଶର୍ମାଙ୍କ ୩ ଜୁଲାଇରେ ଦ୍ରୁତ ଗତିରେ ଆସୁଥିବା ସ୍କୋର୍ପିଓ ଧକ୍କା ଦେବା ପରେ ମୃତ୍ୟୁ ହୋଇଥିଲା।

ଯାହା ପରେ ପୀଡିତାଙ୍କ ଭାଇ ରାକେଶ ଏକ ଷଡ଼ଯନ୍ତ୍ର ସନ୍ଦେହ କରି ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଭାଣିଜୀ ଏବଂ ଅନ୍ୟମାନଙ୍କ ନାମ ଏଫଆଇଆରରେ ରଖିଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ଯେ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟା ଥିଲା। “ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ ଏବଂ ଏହାକୁ ଏକ ସଡ଼କ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲେ।

ପୋଲିସ କହିଛି ଯେ ନୀରଜ ପ୍ରାୟ ଏକ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ବିଜୟ କୁମାର ଶର୍ମାଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ଭାବରେ କୋର୍ଟ କ୍ଲର୍କ (LDC) ଚାକିରି ପାଇଥିଲେ। ଆଉ ଏବେ ଅଭିଯୁକ୍ତ ଝିଅ ମାକୁ ମାରି ସେହି ଚାକିରି ପାଇବାକୁ ଚାହୁଁଥିଲେ।

 

Leave A Reply

Your email address will not be published.