Latest Odisha News

BREAKING NEWS

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଚଳିତ ବର୍ଷର ବଜେଟ ଅଟକଳକୁ ମିଳିବ ଅନୁମୋଦନ

ଭୁବନେଶ୍ୱର: ଆଜି ଦିନ ୧୧ଟା ୪୫ ମିନିଟରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବସିବ। ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ବଜେଟ୍‌ ଅଟକଳକୁ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ରାଜ୍ୟ କ୍ୟାବିନେଟ୍‌ ବୈଠକ ସହ ୧୨ଟା ୧୫ରେ ବସିବ ମନ୍ତ୍ରୀପରିଷଦ ବୈଠକ।

ଉଭୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ।

ଅନ୍ୟପଟେ ବିଧାନସଭା ଅଧିବେଶନ ଫେବୃୟାରୀ ୧୪ରୁ ଆରମ୍ଭ ହେଉଛି । ଫେବୃଆରୀ ୧୮ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌। ତେଣୁ ଆଜି କ୍ୟାବିନେଟ୍‌ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଅଟକଳକୁ ଅନୁମୋଦନ ମିଳିବ। ଏହା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।

Comments are closed.