ପୁରୀ: ନଦୀରୁ ମାଛ ଧରିବାକୁ ଯାଇ ଯୁବକ ନିଖୋଜ। ପୁରୀ ଜିଲ୍ଲା କଣାସ ଦୟା ନଦୀରେ ଅଘଟଣ। ବାପ-ପୁଅ ମାଛ ଧରୁଥିବା ବେଳେ ଖସିପଡ଼ିଲା ପୁଅ। ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ । ପରେ ସେ ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦିଆଯିବା ପରେ ଉଦ୍ଧାରକାରୀ ଦଳ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ଜାରି ରଖିଛନ୍ତି । ତେବେ ଏପର୍ଯ୍ୟନ୍ତ ନିଖୋଜ ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳିନାହିଁ ।
ଅନ୍ୟପଟେ ବାଲେଶ୍ୱରରେ ସପ୍ତାହେ ହେଲାଣି ୧୫ଜଣ ମତ୍ସ୍ୟଜୀବୀଙ୍କ ମିଳୁନାହିଁ ପତ୍ତା । ସେମାନଙ୍କ ମଧ୍ୟରେ ଓଡ଼ିଶାର ୩ଜଣ ଥିବା ଜଣାପଡିଛି। ଭୋଗରାଇ ଉଲୁଡା ଗାଁର ଗୋଟିଏ ପରିବାରର ୩ ଭାଇ ନିଖୋଜ ରହିଛନ୍ତି। ତେବେ ଉଦ୍ଧାର ଏବଂ ତଦନ୍ତ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ତଥା ପୂର୍ବତନ ବିଧାୟକ ସ୍ୱଦେଶ ରଞ୍ଜନ ନାୟକ। ନିଖୋଜ ହେବା ର ୭ ଦିନ ବିତି ଯାଇଥିଲେ ବି ମତ୍ସ୍ୟଜୀବୀଙ୍କ କୌଣସି ସନ୍ଧାନ ମିଳୁନି ।