Latest Odisha News

BREAKING NEWS

ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼୍ ପ୍ରବେଶିକା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ରେଜଲ୍ଟ । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଅନୁଷ୍ଠିତ ହୋଇଥିଲା ଏହି ପ୍ରବେଶିକା ପରୀକ୍ଷା । ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ମୋଟ ୩୧ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ବି.ଏଡ଼ ପାଇଁ ୨୪୫୦, ଏମ୍.ଏଡ଼ ପାଇଁ ୩୦୦ ଏବଂ ବି. ଏଚ. ଏଡ଼ ପାଠ୍ୟକ୍ରମ ପାଇଁ ୫୦ଟି ସିଟ୍ ରହିଛି ।

ବିଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ପାଇଁ ୧,୦୯,୮୭୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୯୮,୧୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେହିପରି ଏମ୍. ଏଡ଼ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ପାଇଁ ୧,୭୮୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ ଏବଂ ତନ୍ମଧ୍ୟରୁ ୧,୩୧୮ ଜଣ ପରୀକ୍ଷାର୍ଥୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ବି.ଏଚ.ଏଡ଼୍ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ପାଇଁ ୧,୮୭୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୧,୫୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

ପ୍ରବେଶିକା ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଲଗଇନ୍‌ କରି ନିଜର ରେଜଲ୍ଟ ଦେଖିପାରିବେ । ପ୍ରବେଶିକା ପରୀକ୍ଷାରେ ନିଜର ପ୍ରୋଭିଜିନାଲ ମାର୍କକୁ ନେଇ ଯଦି କୌଣସି ଆପତ୍ତି ଥାଏ, ତେବେ ଛାତ୍ରଛାତ୍ରୀମାନେ ୧୦ ଜୁଲାଇ ଅପରାହ୍ନ ୨ ଘଟିକାରୁ ୧୩ ଜୁଲାଇ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସାମ୍ସ ପୋର୍ଟଲର ଅନ୍‌ଲାଇନ୍‌ ଅବଜେକ୍ସନ ମଡ୍ୟୁଲ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ । ଛାତ୍ରଛାତ୍ରୀମାନଙ୍କ ତରଫରୁ ନିଜର ମାର୍କକୁ ନେଇ ଆସିଥିବା ସମସ୍ତ ଅଭିଯୋଗର ସମାଧାନ ପରେ ଚୂଡ଼ାନ୍ତ ପ୍ରବେଶିକା ପରୀକ୍ଷା ମାର୍କ ପ୍ରକାଶିତ ହେବ ଏବଂ ଚୂଡ଼ାନ୍ତ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ବି.ଏଡ଼, ଏମ୍. ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.