Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ଅଂଶଗ୍ରହଣ ପାଇଁ ୧୯୧ଜଣଙ୍କୁ ଅନୁମତି ପ୍ରଦାନ କଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗ୍ଲାସଗୋରେ ଜୁଲାଇ ୨୩ରୁ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବ । ଏଥିପାଇଁ ୧୯୧ ଜଣିଆ ଭାରତୀୟ ଦଳକୁ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ମଂଜୁରୀ ପ୍ରଦାନ କରାଯାଇଛି । ସମ୍ପୂର୍ଣ୍ଣ ଦଳରେ ୧୨୬ ଖେଳାଳି ଓ ୫୧ ସପୋର୍ଟ ଷ୍ଟାଫ ରହିଛନ୍ତି । ୭୮ଜଣ ପୁରୁଷ ଓ ୪୮ଜଣ ମହିଳା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଚୟନ କରାଯାଇଥିବା ଅଧିକାରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚର ଭାରତ ସରକାର ଉଠାଇବେ ନାହିଁ । ଷ୍ଟାର ଜାଭେଲିନ ଥ୍ରୋୟର ଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଭାରତର ମୂଖ୍ୟ ଆକର୍ଷଣ ହେବେ ।

ଆଥଲେଟିକ୍ସରେ ୩୨ ଓ ବକ୍ସିଂ ୧୪ଜଣ ଅଂଶଗ୍ରହଣ କରୁଛନ୍ତି । ୧୨ ୱେଟଲିଫ୍ଟର, ୫ ସନ୍ତରଣକାରୀ ମଧ୍ୟ ଭାରତୀୟ ଦଳ ସହିତ ଗ୍ଲାସଗୋ ଯାଉଛନ୍ତି । ବଜେଟର ଅଭାବ ଯୋଗୁ ଏଥର ରାଜ୍ୟଗୋଷ୍ଠୀ କ୍ରୀଡାର କମ ପ୍ରତିଯୋଗିତା ଆୟୋଜିତ ହେଉଛି । ସାମାନ୍ୟବର୍ଗରେ ୧୦ ଓ ପାରା ଗେମ୍ସରେ ୬ଟି ବିଭାଗରେ ମୁକାବିଲା ହେବ । ଶୁଟିଂ, ହକି, ବ୍ୟାଡମିଂଟନ, କୁସ୍ତି ପରି ଖେଳକୁ ଏଥର ସାମିଲ କରାଯାଇ ନ ଥିବାରୁ ଭାରତର ପଦକ ସଂଖ୍ୟା କମିବ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.