ଅମ୍ବାଦଳା: ପୁଣି ସେଲଫି ନେଲା ଜୀବନ । ଝରଣାରେ ସେଲଫି ନେବାବେଳେ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା କୁଲେରପଟ୍ଟା ଗାଁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ବୁଜିବାଙ୍ଗ ଝରଣାରେ ସେଲଫି ନେବାବେଳେ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଭବାନୀପାଟଣା ନିଆଯାଇଥିଲା। ଏହାପରେ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ଘଟିଛି।
ସୂଚନାମୁତାବକ, ଛାତ୍ର ଜଣକ ସ୍କୁଲକୁ ଯାଇ ମଧ୍ୟାହ୍ନରେ ଫେରିବା ବେଳେ ଅଘଟଣ ଘଟିଥିବା ସହପାଠୀ ଓ ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି । କିନ୍ତୁ ଅନ୍ୟପଟେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ କହିଛନ୍ତି ଛାତ୍ର ଜଣକ ଅଘଟଣ ଦିନ ସ୍କୁଲକୁ ଆସିନଥିଲେ ।
ବର୍ତ୍ତମାନ ଘଟଣାର ନିରପେକ୍ଷ ତଦନ୍ତ ଦାବି ହୋଇଛି ।