Latest Odisha News

BREAKING NEWS

ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼

କୋଣାର୍କ: ଦିନ ଦ୍ବିପ୍ରହରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆତଙ୍କ! ସ୍କୁଲ ଠାରୁ ମାତ ୨୦୦ ମିଟରରେ ଥିବା ନୂତନ ବିଦେଶୀ ମଦ ଦୋକାନ ଉପରକୁ ତିନୋଟି ବୋମା ମାଡ଼ ହୋଇଛି । ଦୋକାନର ୫ ଜଣ କର୍ମଚାରୀ ଭୟଭୀତ ଥିବା ବେଳେ, ମଦ ଦୋକାନ ପଛପଟେ ଚାଲିଛି ମଦ ବେପାର । ଯାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି । ଆକ୍ରମଣ ପରେ ଅଞ୍ଚଳରେ ଭୟର ବାତ୍ତା ବରଣ ଦେଖାଦେଇଛି ।

ସୂଚନା ଅନୁସାରେ କୋଣାର୍କରୁ କାକଟପୁର ଯିବା ରାସ୍ତା କଡରେ ଥିବା ଏହି ନୂତନ ବିଦେଶୀ ମଦ ଦୋକାନଟି ଚଳିତ ଜୁଲାଇ ମାସରେ ହିଁ ଆରମ୍ଭ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଦୋକାନରେ ଏ ପର୍ଯ୍ୟନ୍ତ CCTV କ୍ୟାମେରା ଲାଗିନାହିଁ । ନିୟମ ଅନୁସାରେ ମଦ ଦୋକାନରେ CCTV ବାଧ୍ୟତାମୂଳକ ଥିବା ବେଳେ ଅବକାରୀ ବିଭାଗ କିପରି ଏହାକୁ ଖୋଲିବାକୁ ଅନୁମତି ଦେଲା ତାହା ଏବେ ବଡ ପ୍ରଶ୍ନ ହୋଇଛି ।

ଦିନ ଦ୍ବିପ୍ରହରେ ଦୁଇଟି ବୋମା ମାଡ଼ କରି ଦୁର୍ବୁତ୍ତ ଫେରାର ହୋଇଛି । ଏହି ବୋମା ମାଡ଼ ପରେ ଦୋକାନର କିଛି ସ୍ଥାନ ନଷ୍ଟ ହୋଇଥିବାବେଳେ, ଅନେକ ସାମଗ୍ରୀ ଚୂରମାର ହୋଇଯାଇଛି । ସୌଭାଗ୍ୟବଶତଃ କୌଣସି ପ୍ରାଣହାନି ହୋଇନାହିଁ । ଖବର ପାଇ କୋଣାର୍କ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଗାମୀ କିଛି ଦିନ ମଧ୍ୟରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରହିଛି । କୋଣାର୍କ ଅଞ୍ଚଳରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବ । ଏଭଳି ସମୟରେ ଦିନ ଦ୍ବିପ୍ରହରେ ବୋମା ମାଡ଼ ଘଟଣା ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । କାହିଁକି ଏ ଆକ୍ରମଣ? ବ୍ୟବସାୟିକ ବିବାଦ ନା ଆଉ କିଛି? ପୋଲିସ ଏବେ ଏହି ଘଟଣାରେ ତଦନ୍ତ ଚଳାଇଛି ।

Leave A Reply

Your email address will not be published.