ନବରଙ୍ଗପୁର: ଟ୍ରକ ବାଇକ୍ ଉପରେ ଚଢ଼ିଯିବ ଫଳରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ ଘଟିଛି । ମା’ ଏବଂ ଆଉ ଜଣେ ୧୦ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେଓଭରଣ୍ଡୀ ଠାରେ ।
ଆହତ ମା’ ପୁଅଙ୍କୁ ପ୍ରଥମେ ହାଟଭରଣ୍ଡୀ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ, ପରେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
ଗୋଟିଏ ଟ୍ରକ ୪୦ ନମ୍ବର ରାଜ୍ୟ ରାଜପଥରେ ରାଇଘରରୁ କୁନ୍ଦେଇ ଯାଉଥିବା ବେଳେ, ଏକ ବାଇକରେ ଗୋଟିଏ ପରିବାରର ବାପା ମାଆ ଓ ତିନି ପୁଅ ଯାଉଥିଲେ । ଏହି ସମୟରେ ଟ୍ରକଟି ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାଭୟ ଥିଲାଯେ ବାଇକଟି ଟ୍ରକ ତଳେ ଚାପି ହୋଇ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା ।
ଫଳରେ ଘଟଣାସ୍ଥଳରେ ବାପା ବାବୁଲାଲ ଗଣ୍ଡ, ପୁଅ ପ୍ରଦୀପ ଗଣ୍ଡ ଓ ତୁଷାର ଗଣ୍ଡଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ଲୋକେ ।