Latest Odisha News

BREAKING NEWS

ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ହର୍ମୁଜ୍ ପ୍ରଣାଳୀକୁ ପୁଣି ବନ୍ଦ କରିଛି। ତେବେ ଏହା ଶକ୍ତି ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଯାହା ବିଶ୍ୱର ପରିବହନର ପ୍ରାୟ ଏକ ପଞ୍ଚମାଂଶ ବହନ କରେ।

ଏହି ବନ୍ଦ ଅଶୋଧିତ ତୈଳ ଯୋଗାଣ ଉପରେ ଗଭୀର ପ୍ରଭାବ ପକାଇବ। ଏଥିପାଇଁ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ଆଜି ପ୍ରତି ବ୍ୟାରେଲ ୩.୫% ବୃଦ୍ଧି ପାଇ $78.67 ରେ ପହଞ୍ଚିଛି। ଯେତେବେଳେ କି ଆମେରିକାର ପଶ୍ଚିମ ଟେକ୍ସାସ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳର ମୂଲ୍ୟ 3.4% ବୃଦ୍ଧି ପାଇ $73.87 ରେ ପହଞ୍ଚିଛି।

ଅପରପକ୍ଷରେ ଇରାନ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି। ତଥାପି, ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏହି ଦାବିକୁ ଖଣ୍ଡନ କରି କହିଛି ଯେ ଏହାର ସୈନ୍ୟବାହିନୀ ଗମନାଗମନ ସ୍ୱାଧୀନତା ସୁନିଶ୍ଚିତ କରିବାକୁ ପ୍ରସ୍ତୁତ।

ଗତ ମାସ ଜୁନ୍ ୧୭ ତାରିଖରେ ଫ୍ରାନ୍ସରେ G7 ଶିଖର ସମ୍ମିଳନୀ ସମୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଐତିହାସିକ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ସ୍ଥାୟୀ ଭାବରେ ଶତ୍ରୁତା ବନ୍ଦ କରିବାକୁ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ମୁକ୍ତ ଏବଂ ସୁରକ୍ଷିତ ପଥ ସୁନିଶ୍ଚିତ କରିବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତଜନା ଏହି ଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.