Latest Odisha News

BREAKING NEWS

କୋଚିଂ ସେଣ୍ଟର ବିବାଦ ମାମଲା; ଖାନ୍ ସାରଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ

ପାଟନା: କୋଚିଂ ସେଣ୍ଟର ମାରପିଟ୍ ତଥା ଗୁଳିକାଣ୍ଡ ମାମଲାରେ ଖାନ୍ ସାରଙ୍କୁ ଆଶ୍ବସ୍ତି । ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ । ଖାନ୍ ସାରଙ୍କ ସହିତ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀଙ୍କୁ ମଧ୍ୟ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଖାନ୍ ସାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବରୁ ହିଁ ଶେଷ ହୋଇଥିଲା, କିନ୍ତୁ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ ।

ଗତ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ଆସିବାର ଥିଲା, ମାତ୍ର ବିଚାରପତି ଛୁଟିରେ ଥିବାରୁ ସୋମବାର କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଖାନ୍ ସାର୍ଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଖବର ମୁତାବକ, ଖାନ୍ ସାରଙ୍କ କୋଚିଂ ସେଣ୍ଟରରେ ଫାୟାରିଂ ଏବଂ ମାରପିଟ୍ ହୋଇଥିଲା । ଏହି ମାମଲାକୁ ନେଇ ଖାନ୍ ସାର୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଜ୍ଞାନବିନ୍ଦୁର କୋଚିଂର ସଂଚାଳନ ଏବଂ କର୍ମୀଙ୍କ ଉପରେ ଅଭିଯୋଗ ହୋଇଥିଲା । ଏହାପରେ ଖାନ୍ ସାର୍ ସିଭିଲ୍ କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ଜ୍ଞାନବିନ୍ଦୁ କୋଚିଂ ଡାଇରେକ୍ଟର ରୋଶନ ଆନନ୍ଦଙ୍କ ସମେତ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ଆଉ ଏହି ମାମଲା ପରେ କୋର୍ଟ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ।

ଏହି ମାମଲାରେ ଖାନ୍ ସାରଙ୍କ ଦୁଇ ବଡ଼ିଗାର୍ଡ ପବନରେ ଫାୟାରିଂ କରିଥିଲେ । ଫାୟାରିଂ ମାମଲାରେ ପ୍ରଥମେ ପୋଲିସ ଏଫଆଇଆର କରି ତଦନ୍ତ ଆରମ୍ଭ କରିଥିଲା । ଏଫଆଇଆରରେ ଖାନ୍ ସାରଙ୍କ ସମେତ ଦୁଇଜଣ ସୁରକ୍ଷାକର୍ମୀଙ୍କ ନାଁ ରହିଥିଲା । ଆଗୁଆ ଜାମିନ୍ ମିଳିବା ପରେ କୋର୍ଟ ମାମଲାକୁ ସଠିକ ଭାବେ ତଦନ୍ତ କରିବାକୁ ପୋଲିସକୁ କହିଛନ୍ତି ।

Leave A Reply

Your email address will not be published.